Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୭ ମାଓବାଦୀ ନିହତ

    Share on :
    ajab-Image
    Date: Jun 7, 2025    Views: 4553

     ଛତିଶଗଡ଼: ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ ହେଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ନରସିହ୍ମା ଚାଲମ ଓରଫ ସୁଧାକର ଏବଂ ମଇଲାରପୁ ଆଦେଲୁ ଓରଫ ଭାସ୍କର। ତେଲଙ୍ଗାନା ଏବଂ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୁଧାକର ନାମରେ ୪୦ ଲକ୍ଷର ପୁରସ୍କାର ରହିଥିବାବେଳେ ଭାସ୍କର ମୁଣ୍ଡରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

    ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୪, ୫ ଓ ୬ ତାରିଖ ୩ ଦିନ ଧରି ନ୍ୟାସନାଲ ପାର୍କ ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟ ସମୟରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ୨ ମାଓବାଦୀଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ୫ଜଣଙ୍କର ପରିଚୟ ଜଣାପଡ଼ିନାହିଁ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ରହିଛନ୍ତି। ଏମାନେ ସମସ୍ତେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ନାମକ ମାଓବାଦୀ ସଂଗଠନ ପାଇଁ କାମ କରୁଥିବା ଜଣାପଡ଼ିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook