Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଲୁହା କଡେ଼ଇରେ ଖାଦ୍ୟ ରାନ୍ଧୁଥିଲେ ସାବଧାନ !

    Share on :
    ajab-Image
    Date: Jun 6, 2025    Views: 5742

    ରୋଷେଇ କରିବା ସମୟରେ ଜାଣତରେ କିମ୍ବା ଅଜାଣତରେ ଆମେ ଅନେକ ଭୁଲ୍ କରିଥାଉ । ଏହି ଭୁଲ୍ ଗୁଡିକ ମଧ୍ୟରୁ କେତେକ ଏପରି ଅଛି ଯାହା ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । ଏହି କାରଣରୁ ଯେତେବେଳେ ବି କଥା ଖାଦ୍ୟ ବିଷୟରେ ଆସେ ଆମକୁ ସମସ୍ତ ଜରୁରୀ ସୂଚନା ବିଷୟରେ ଜଣାଥିବ ନିହାତି ଆବଶ୍ୟକ । ନଚେତ ପରବର୍ତ୍ତୀ ସମୟରେ ଆମ ଦ୍ୱାରା କରାଯାଇଥିବା କିଛି ଅସାବଧାନତା ଶରୀରରେ ରୋଗର କାରଣ ହୋଇଯାଏ । ଏହିପରି ଗୋଟିଏ ଭୁଲ ଅଛି ଯାହା ଅଧିକାଂଶ ଲୋକ କରୁଥିବା ଦେଖାଯାଉଛି। ସେହି ଭୁଲ ହେଉଛି ‘ଲୁହା କଡେଇରେ ଖାଦ୍ୟ ପ୍ରସ୍ତୁତ କରିବା’ । ପନିପରିବା ତରକାରି ତିଆରି କରିବା ପାଇଁ ଅନେକ ଲୋକ ଲୁହା କଡେଇ ବ୍ୟବହାର କରନ୍ତି । କିନ୍ତୁ ଆପଣଙ୍କୁ ବୋଧହୁଏ ଜଣାନାହିଁ ଯେ ସମସ୍ତ ପନିପରିବା ତିଆରି କରିବା ପାଇଁ ଏହା ସଠିକ୍ ପାତ୍ର ନୁହେଁ। ଆସନ୍ତୁ ଜାଣିବା କେଉଁ ପନିପରିବାକୁ ଏହି ପ୍ୟାନରେ ରାନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍ ଏବଂ କାହିଁକି ?

    ଟମାଟୋ
    ଟମାଟୋରେ ଏସିଟିକ ରହିଥାଏ । ଯେତେବେଳେ ଏହାକୁ ଏକ ଲୁହା କଡେଇରେ ରନ୍ଧାଯାଏ , ଏହା ଲୌହ ସହିତ ପ୍ରତିକ୍ରିୟା କରିପାରେ, ଅର୍ଥାତ୍ ଏହା ଖାଦ୍ୟରେ ଧାତବ ସ୍ୱାଦ ସୃଷ୍ଟି କରିପାରେ । ଟମାଟୋ ସହିତ ଜଡିତ ଜିନିଷ ତିଆରି କରିବା ପାଇଁ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ ।

    ତେନ୍ତୁଳି
    ଟମାଟୋ ପରି, ତେନ୍ତୁଳି ମଧ୍ୟ ଅତ୍ୟଧିକ ଅମ୍ଳୀୟ । ଯେତେବେଳେ ଏହାକୁ ଏକ ଲୁହା କଡେଇରେ ରନ୍ଧାଯାଏ , ଏହା ଖାଦ୍ୟର ମୂଳ ରଙ୍ଗକୁ ନଷ୍ଟ କରିଥାଏ ଏବଂ ଖାଦ୍ୟ ଖାଇବାବେଳେ ଧାତୁ ଭଳି ସ୍ୱାଦ ଆସିଥାଏ । ତେନ୍ତୁଳି ସହ ଜଡିତ ଖାଦ୍ୟ ରାନ୍ଧିବା ପାଇଁ ଆପଣ ଆଲୁମିନିୟମ୍‌ ପାତ୍ର କିମ୍ବା ମାଟି ପାତ୍ରର ବ୍ୟବହାର କରିପାରିବେ ।

    ପାଳଙ୍ଗ
    ଅନେକ ଲୋକ ଜାଣି ନାହାଁନ୍ତି ଯେ ପାଳଙ୍ଗରେ ଅକ୍ସାଲିକ୍ ଏସିଡ ଭରପୂର ମାତ୍ରାରେ ରହିଛି । ଯେତେବେଳେ ଲୁହା କଡେଇରେ ରୋଷେଇ କରାଯାଏ ପାଳଙ୍ଗର ମୂଳ ରଙ୍ଗ ନଷ୍ଟ ହୋଇଯାଏ ଏବଂ ଏହା ସବୁଜ ବଦଳରେ କଳା ହୋଇଯାଏ।

    ଲେମ୍ବୁ
    ଲେମ୍ବୁକୁ ମଧ୍ୟ ଅମ୍ଳୀୟ ଭାବରେ ବିବେଚନା କରାଯାଏ । ଯେତେବେଳେ ଏହାକୁ ଲୁହା କଡେଇରେ ରନ୍ଧା ହୋଇଥିବା ପନିପରିବାରେ ମିଶାଇ ପ୍ରସ୍ତୁତ କରାଯାଏ ସେତେବେଳେ ପନିପରିବାର ସ୍ୱାଦ ତିକ୍ତ ହୋଇଯାଏ । ଏହି କାରଣରୁ ଲୁହା କଡେଇରେ ରାନ୍ଧିବା ଠାରୁ ବିରତ ରୁହନ୍ତୁ ।

    ବିଟ୍ ରୁଟ୍
    ବିଟ୍ ରୁଟରେ ଲୌହର ପରିମାଣ ଅଧିକ ଥାଏ । ଯେତେବେଳେ ଏହାକୁ ରାନ୍ଧିବା ପାଇଁ କଡେଇର ବ୍ୟବହାର କରାଯାଏ ଏହା ଲୁହା ସହିତ ପ୍ରତିକ୍ରିୟା କରେ, ଯେଉଁ କାରଣରୁ ଖାଦ୍ୟ ଏହାର ମୂଳ ରଙ୍ଗ ହରାଇଥାଏ ।

    କଡି
    ଲୁହା କଡେଇରେ କଡି କିମ୍ବା ରସମ ବନାନ୍ତୁ ନାହିଁ । କାହିଁକିନା ଅମ୍ଳୀୟ ଜିନିଷ ସହିତ ଲୌହର ପ୍ରତିକ୍ରିୟା ପରେ ଖାଦ୍ୟ ନଷ୍ଟ ହୋଇପାରେ। ଏହାସହିତ ଖାଦ୍ୟର ଟେଷ୍ଟ ମଧ୍ୟ ଖରାପ କରିପାରେ ।

    Maximum 500 characters

    ବିଶେଷ View all

    Find Us on Facebook