Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରୁଷ୍ ଉପରେ ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣ

    Share on :
    ajab-Image
    Date: Jun 2, 2025    Views: 4509

    ନୂଆଦିଲ୍ଲୀ: ରୁଷ୍ ଉପରେ ୟୁକ୍ରେନ୍‌ର ବଡ଼ ଡ୍ରୋନ ଆକ୍ରମଣ । ୧୧୭ଟି ଡ୍ରୋନ୍‌ ଜରିଆରେ ୪୦ଟି ଲଢୁଆ ଯୁଦ୍ଧ ବିମାନ ସହ ୫ଏୟାରବେସ ସମ୍ପୂର୍ଣ୍ଣ ଧ୍ବଂସ । ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍ସକି ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଆକ୍ରମଣରେ ରୁଷ୍‌ର ପ୍ରାୟ ୧୭ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ୟୁକ୍ରେନ୍ ଦାବି କରିଛି । ପୂର୍ବ ଯୋଜନା ମୁତାବକ ଏହି ବଡ଼ ଆକ୍ରମଣ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି । ଏହି ଅଭିଯାନରେ ମୋଟ ୧୧୭ଟି ଡ୍ରୋନ ବ୍ୟବହାର କରାଯାଇଥିଲା, ସମାନ ସଂଖ୍ୟକ ଡ୍ରୋନ ଅପରେଟର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ରଣନୈତିକ କ୍ରୁଜର ୩୪% ଏୟାରବେସରେ ନିୟୋଜିତ କ୍ଷେପଣାସ୍ତ୍ର ବାହକମାନଙ୍କୁ ଟାର୍ଗେଟ କରାଯାଇଥିଲା । 

    ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ଆକ୍ରମଣକୁ ସ୍ବୀକାର କରିଛି। ୟୁକ୍ରେନୀୟ ଡ୍ରୋନ୍‌ ଦ୍ବାରା ପାଞ୍ଚଟି ଏୟାରବେସ ଉପରେ ଆକ୍ରମଣ କରାଯାଇଛି, ଅନେକ ବିମାନକୁ କ୍ଷତି ପହଞ୍ଚାଯାଇଛି ବୋଲି ରୁଷ ପକ୍ଷରୁ ସୂଚନା ଦିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook