Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୁହଁ ଖୋଲିଲେ ମମତା:କହିଲେ ଏତେ ରାଗ କାହିଁକି?

    Share on :
    ajab-Image
    Date: May 5, 2025    Views: 4066

    ପଶ୍ଚିମବଙ୍ଗ ୦୫/୦୫: ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ ଆମ ଉପରେ ଏତେ ରାଗ କାହିଁକି? ସବୁଠି କାଳୀ ମନ୍ଦିର, ଶିବ ମନ୍ଦିର ହେଉଛି ଦୀଘାରେ ଜଗନ୍ନାଥ ମନ୍ଦିର ହେଲେ ଅସୁବିଧା କେଉଁଠି । ଆମେ ଜଗନ୍ନାଥଙ୍କୁ ଭକ୍ତି କରୁ ସମ୍ମାନ ବି କରୁ । ହେଲେ ବିଜେପିର ଏତେ ରାଗ କାହିଁକି? ଆମ ଜଗନ୍ନାଥ ଧାମକୁ ସମ୍ମାନ କରୁ । ପୁରୀ ପ୍ରତି ଆମ ମନରେ ଭକ୍ତି ରହିଛି । 

    ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାର ଉପକୂଳବର୍ତ୍ତୀ ସହର ‘ଦୀଘା’ ଠାରେ ଜଗନ୍ନାଥ ମନ୍ଦିରକୁ ଧାମ କରାଯାଇଥିବା ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ଜଗନ୍ନାଥ ଧାମ ଘୋଷଣା କରିଥିବା ବେଳେ ସନାତନ ଧର୍ମ ଉପରେ ବିଶ୍ବାସ କରୁଥିବା ବ୍ୟକ୍ତି ବିଶେଷ ଓ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । 

    ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଜଗନ୍ନାଥ ଧାମ କରିପାରିବ ନାହିଁ। ଏଥି ପାଇଁ ଆମେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ। ସେଠାରେ ଜଗନ୍ନାଥ ଧାମ କରିବାର କୌଣସି କାରଣ ନାହିଁ। ସେମାନେ ଜଗନ୍ନାଥ ଧାମ ବୋଲି କହିବାର କିଛି ଅଧିକାର ନାହିଁ। ପଶ୍ଚିମବଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ କ’ଣ ଘଟୁଛି ତାହା ଭିନ୍ନ କଥା ହୋଇପାରେ। କିନ୍ତୁ ଆମ ସଂସ୍କୃତି, ଆମ ମନ୍ଦିର, ସୁରକ୍ଷା, ବ୍ୟବସ୍ଥା ସୁରକ୍ଷିତ ଅଛି ଓ ରହିବ। ସରକାରଙ୍କର ଯାହା ଦାୟିତ୍ଵ ସେ କଥା ତୁଲାଇବୁ।

    ସେପଟେ ଶ୍ରୀମନ୍ଦିର ଦଇତାପତି ନିଯୋଗ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ‌ନୋଟିସ୍‌ ଜାରି ହୋଇଛି। ଦୀଘାକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ ଅଭିଯୋଗରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍‌ ଜାରି କରିଛି। ଆଗାମୀ ୭ ଦିନ ଭିତରେ ଏହାର କୈଫୟତ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ସନ୍ତୋଷଜନକ ଉତ୍ତର ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। 

    Maximum 500 characters

    ତାଜା ଖବର View all

    Find Us on Facebook