Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଶତ୍ରୁଙ୍କୁ କଡ଼ା ଜବାବ ମିଳିବ: ରାଜନାଥ

    Share on :
    ajab-Image
    Date: May 5, 2025    Views: 5935

    ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଯିବା‌ ପରେ ଦେଶ ଏବେ ଜବାବ ଅପେକ୍ଷାରେ ରହିଛି। ଆକ୍ରମଣକାରୀଙ୍କୁ କଡ଼ା ଜବାବ ମିଳିବ ବୋଲି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ, ଗୃ୍ହ ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଦି ଆରମ୍ଭରୁ କହି ଆସୁଛନ୍ତି।  ରାଜନାଥ  ପୁଣିଥରେ ତାଙ୍କ ମତ ଦୋହରାଇ କହିଛନ୍ତି ଯେ, ଭାରତରେ ଯେଉଁମାନେ ଆକ୍ରମଣ ପାଇଁ ସାହସ କରିଛନ୍ତି ସେମାନଙ୍କୁ କଡ଼ା ଜବାବ ଦେବା ହେଉଛି ତାଙ୍କର ଦାୟିତ୍ବ।  ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ଥିବାବେଳେ ରାଜନାଥଙ୍କର ଆଜିର ଟିପ୍ପଣୀକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।  
    ରାଜନାଥ କହିଛନ୍ତି, ଯିଏ ଆମ ଦେଶ ଉପରେ ଆକ୍ରମଣ ପାଇଁ ସାହସ କରିଛି ତାକୁ ଜବାବ ଦେବା ମୋର ଦାୟିତ୍ବ। ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ୟ୍ୟଶୈଳୀ ଏବଂ ନିଷ୍ଠାକୁ ଜାଣିଛନ୍ତି। ମୋଦୀଙ୍କ ଦକ୍ଷତା ଏବଂ ପ୍ରତିବଦ୍ଧତା ସଂକ୍ରାନ୍ତରେ ଆପଣମାନେ ଅବଗତ ଅଛନ୍ତି। ମୁଁ ଆପଣମାନଙ୍କୁ ଏହା ନିଶ୍ଚିତ କରୁଛି ‌ଯେ ଆପଣମାନେ ଯାହା ଆଶା କରୁଛନ୍ତି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହେବ।  ପ୍ରତିରକ୍ଷା ମନ୍ତ୍ରୀ ଭାବେ ମୋ ଦାୟିତ୍ବ ହେଉଛି ସେନାବାହିନୀ ସହ କାମ କରିବା ଏବଂ ଭାରତ ଉପରେ ଖରାପ୍‌ ଦୃଷ୍ଟି ପକାଇଥିବା ଶକ୍ତିକୁ କଡ଼ା ଜବାବ ଦେବା। ସଂସ୍କୃତି ଜାଗରଣ ମହୋତ୍ସବରେ ଉଦ୍‌ବୋଧନ ଦେବା ଅବସରରେ ରାଜନାଥ ଆଜି ଏହି ଟିପ୍ପଣୀ ଦେଇଛନ୍ତି।  ଏଥିସହ ସେ କହିଛନ୍ତି, ଭାରତର ଶକ୍ତି ଏହାର ସେନାବାହିନୀରେ ନାହିଁ ବରଂ ଏହାର ସଂସ୍କୃତି ଓ ଆଧ୍ୟାତ୍ମିକତା ମଧ୍ୟରେ ଅଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook