Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜେଲ୍‌ ଉପରେ ହୋଇପାରେ ଆତଙ୍କୀ ହମ୍‌ଲା

    Share on :
    ajab-Image
    Date: May 5, 2025    Views: 3894

    ନୂଆଦିଲ୍ଲୀ: ପହଲଗାମ୍‌ ଆତଙ୍କବାଦୀ ହମଲା ପରେ ସଜାଗ ରହିଛି ଭାରତୀୟ ସେନା। ଗୁଇନ୍ଦା ବିଭାଗ ବି ଆଲର୍ଟ। ଏହାରି ଭିତରେ ବଡ଼ ଖବର ସାମନାକୁ ଆସିଛି। ଆତଙ୍କୀମାନେ ଜମ୍ମୁ ଓ କାଶ୍ମୀର ଜେଲ୍‌ ଉପରେ ଆକ୍ରମଣ କରିବା ପାରନ୍ତି। ଏପଟେ ପୁଞ୍ଚରେ ସୁରକ୍ଷାବଳଙ୍କୁ ଆତଙ୍କୀଙ୍କ ଠିକଣା ମିଳିଛି। ଯେଉଁଠି ଟିଫିନ୍‌ରୁ ଆଇଇଡି ଠାବ ହୋଇଛି। ଏନେଇ ଅଧିକାରୀଙ୍କ ନିକଟରୁ ଅଧିକ ସୂଚନା ମିଳିନାହିଁ।  ସବୁଠୁ ବଡ଼ କଥା ହେଲା କିଛି ଜେଲ୍‌ରେ ଆତଙ୍କବାଦୀ ରହିଛନ୍ତି। ୨୨ ଏପ୍ରିଲ ହମଲା ପରେ ସେନା ଆଲର୍ଟ ମୋଡ୍‌ରେ ରହିଛି।  ରିପୋର୍ଟ ଅନୁଯାୟୀ, ଜମ୍ମୁ-କାଶ୍ମୀରରେ ଜେଲଗୁଡ଼ିକ ଉପରେ ଆତଙ୍କୀ ହମ୍‌ଲା ସମ୍ଭାବନା ଥିବା ସୂତ୍ରରୁ ସୂଚନା ମିଳିଛି।ଏଠାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ କରାଯାଇଛି। ଆତଙ୍କବାଦୀମାନେ ଜମ୍ମୁ କୋଟ ବଲୱାଲ ଜେଲ ଏବଂ ଶ୍ରୀନଗର ସେଲ୍ ଜେଲକୁ ଟାର୍ଗେଟ କରିଥିବା ସୂଚନା ମିଳିଛି। ଏହି ଜେଲଗୁଡ଼ିକରେ ବଡ଼ ଆତଙ୍କବାଦୀଙ୍କଠାରୁ ଆରମ୍ଭ କରି ସ୍ଲିପର ସେଲର ସଦସ୍ୟ ପର୍ୟ୍ୟନ୍ତ ବନ୍ଦୀ ଅଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook