Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସମୁଦ୍ର ପଥରେ ଚୋରା ଚାଲାଣ, ୩ ଗିରଫ

    Share on :
    ajab-Image
    Date: May 5, 2025    Views: 3985

    ପାରାଦୀପ: ସମୁଦ୍ର ପଥରେ ଚୋରା ଚାଲାଣ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି।

    ପିକଅପ ଭ୍ୟାନରେ ସାମଗ୍ରୀ ଆଣି ସମୁଦ୍ରକୁ ନେଇ ଯାଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ନେହରୁ ବଙ୍ଗଳା ଫିସିଂ ହାର୍ବର ପରିସରରୁ ପିକଅପ ଭ୍ୟାନରେ ଆଣିଥିବା ୧୦ଲକ୍ଷ ଟଙ୍କାର ଚୋରା ସାମଗ୍ରୀଗୁଡ଼ିକୁ ପୁଲିସ ଜବତ କରିଥିଲା।

    ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଏହାସହିତ ଡ୍ରାଇଭର ଓ ବୋଟ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ ଏହାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

    Maximum 500 characters

    ତାଜା ଖବର View all

    Find Us on Facebook