Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ

    Share on :
    ajab-Image
    Date: May 4, 2025    Views: 4157

    ଭୁବନେଶ୍ବର: କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ୟ୍ୟ ଚାଲୁଥିବା ବେଳେ ଶନିବାର ଅପରାହ୍‌ଣରେ ଘଟିଥିବା ଦୁର୍ଘଟଣା ନେଇ ଆଇନ୍‌ମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ହରିଚନ୍ଦନ କହିଛନ୍ତି ଏହି ଅଘଟଣ ନେଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ତେବେ ଏହା ପଛର କାରଣ କ'ଣ ତାହା ଖୁବ ଶୀଘ୍ର ଉନ୍ମୋଚିତ ହେବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାକୁ ରାଜ୍ୟସରକାର ଖୁବ୍ ଗୁରୁତର ସହ ଗ୍ରହଣ କରିଛନ୍ତି। ଏଥିସହିତ ବିଭାଗ ପକ୍ଷରୁ ୩ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। କମିଟିରେ ଅଧ୍ୟକ୍ଷ ଭାବେ ପୂର୍ତ୍ତ ବିଭାଗ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଏବଂ ସଦସ୍ୟ ଭାବେ ରାସ୍ତା-୨ର ମୁଖ୍ୟ ଯନ୍ତ୍ରୀ ଏବଂ କଟକର ଅତିରିକ୍ତ ଜିଲ୍ଲାପାଳ ରହିଛନ୍ତି।

    ଆଇନ୍‌ମନ୍ତ୍ରୀ କହିଛନ୍ତି, କଟକ ଖାନନଗର ନିକଟରେ ୬ ଲେନ ରାସ୍ତା ସମ୍ପ୍ରସାରଣ କାର୍ୟ୍ୟ ଚାଲୁଥୁବା ବେଲେ ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତରେ ଘଟିଲା ସେ ସମ୍ପର୍କରେ ଗଠିତ ବୈଷୟିକ କମିଟି ସବୁ ଦିଗକୁ ଅନୁଧ୍ୟାନ ସହ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ଯଦି ଏଥିରେ କାହାରି ସମୃକ୍ତି ଜଣା ପଡ଼ୋ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ ଦୃଢ଼ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook