Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଶ୍ରୀସନ୍ତଙ୍କୁ ୩ ବର୍ଷ ବାସନ୍ଦ

    Share on :
    ajab-Image
    Date: May 4, 2025    Views: 5047

    ଥିରୁଅନନ୍ତପୁରମ: ବିବାଦୀୟ ଭାରତୀୟ କ୍ରିକେଟର ଏସ୍‌ ଶ୍ରୀସନ୍ତଙ୍କୁ ତାଙ୍କ ନିଜ ରାଜ୍ୟ କେରଳ କ୍ରିକେଟ ସଂଘ ୩ବର୍ଷ ଲାଗି ବାସନ୍ଦ କରିଛନ୍ତି। ସଞ୍ଜୁ ସାମସନଙ୍କୁ ଚାମ୍ପିଅନ୍ସ ଟ୍ରଫି ଲାଗି ସାମିଲ କରାଯାଇ ନ ଥିବାରୁ ରାଜ୍ୟ ସଂଘ ବିରୋଧରେ ଶ୍ରୀସନ୍ତ ଏକ ଟେଲିଭିଜନ କାର୍ୟ୍ୟକ୍ରମରେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥିଲାଗି ସେ ଦେଇଥିବା କାରଣ ଦର୍ଶାଅ ନୋଟିସ୍‌ର ଉତ୍ତରରେ ତାଙ୍କ ମନ୍ତବ୍ୟ ଅପମାନଜନକ ଓ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ କ୍ରିକେଟ ସଂଘର ହୃଦ୍‌ବୋଧ ହୋଇଛି। ଏହା ଫଳରେ ରାଜ୍ୟ କ୍ରିକେଟର କୌଣସି କାର୍ୟ୍ୟକ୍ରମରେ ଶ୍ରୀସନ୍ତଙ୍କୁ ଆସନ୍ତା ୩ ବର୍ଷ ଲାଗି ଭାଗନେବାକୁ ଅନୁମତି ଦିଆଯିବ ନାହିଁ। ଭାରତ ଲାଗି ୨୩ ଟେଷ୍ଟ, ୫୩ ଦିନିକିଆ ଓ ୧୦ଟି ଦିନିକିଆ ଖେଳିଛନ୍ତି। ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ତାଙ୍କୁ ପୂର୍ବରୁ ବାସନ୍ଦ କରାଯାଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook