ମୁଖ୍ୟ ଖବର
ନୂଆଦିଲ୍ଲୀ : ପାକିସ୍ତାନୀ ରେଞ୍ଜର ଗିରଫ। ଗିରଫ କରିଛି ବିଏସଏଫ୍ । ସମ୍ପୃକ୍ତ ପାକିସ୍ତାନୀ ରେଞ୍ଜର ଜଣକ ସୀମା ପାର ହୋଇ ଭାରତ ପଟକୁ ଚାଲିଆସିଥିଲେ । ରାଜସ୍ଥାନର ରାଏସିଂହନଗରରେ ପାକିସ୍ତାନୀ ଯବାନ ଜଣକ ଅନୁପ୍ରବେଶ କରିବା ପରେ ତାଙ୍କୁ ତୁରନ୍ତ ସେଠାରେ ପାଟ୍ରୋଲିଂ କରୁଥିବା ଭାରତୀୟ ସୀମା ସୁରକ୍ଷା ବାହିନୀର ଯବାନ ମାନେ ଧରିପକାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଛି । ସୀମା ସେପଟେ ଜଣେ ବିଏସ୍ଏଫ୍ ଯବାନଙ୍କୁ ଗିରଫ କରାଯିବାର ପ୍ରାୟ ୧ ସପ୍ତାହ ପରେ ଏହି ଘଟଣା ଘଟିଛି । ବିଏସ୍ଏଫ୍ ଯବାନଙ୍କୁ ଛାଡ଼ିଦେବା ପାଇଁ ଭାରତ ଯେତେ କହିବା ପରେ ବି ପାକିସ୍ତାନ ତାଙ୍କୁ ଛାଡ଼ୁନାହିଁ । ଦୁଇଦେଶର ସୀମାରେ ଏଭଳି ଘଟଣା ସ୍ୱାଭାବିକ ଭାବେ ଘଟିଥାଏ । କେତେବେଳେ ସୈନ୍ୟ ତ କେତେବେଳେ ସାଧାରଣ ଲୋକ ଭୁଲକ୍ରମେ ସୀମା ପାର୍ କରିଥାନ୍ତି । ସେମାନଙ୍କୁ କିଛି ସମୟ ଅଟକ ପରେ ଛଡ଼ାଯାଇଥାଏ ।
ବର୍ତ୍ତମାନ ପହଲଗାମ୍ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଥିବାରୁ ଏଭଳି ଘଟିଛି । ଗତ ବୁଧବାର ବିଏସ୍ଏଫ୍ କନଷ୍ଟେବଳ ପୂର୍ଣ୍ଣମ୍ କୁମାର ସ’ ଅଜାଣତରେ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ । ଏହାପରେ ତାଙ୍କୁ ସେଠାରେ ତୁରନ୍ତ ଗିରଫ କରାଯାଇଥିଲା । ତାଙ୍କୁ ସୁରକ୍ଷିତ ହସ୍ତାନ୍ତର ପାଇଁ ଅନେକ ପର୍ୟ୍ୟାୟ ଆଲୋଚନା ସତ୍ତେ୍ୱ ସେ ଏବେ ବି ହାଜତରେ ଅଛନ୍ତି । ତେଣୁ ଯେସାକୁ ତେସା ନୀତିରେ ଭାରତ ପାକ୍ ରେଞ୍ଜର୍ଙ୍କୁ ଅଟକ ରଖିଛି ।
Comments ସମସ୍ତ ମତାମତ 0