Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶାଶୁଙ୍କୁ ନିଆଁ ଲଗାଇ ପୋଡ଼ି ଦେଲା ବୋହୂ

    Share on :
    ajab-Image
    Date: May 4, 2025    Views: 3833

    ମାଲକାନଗିରି:  ମାଲକାନଗିରି ଜିଲ୍ଲା ଏମ୍‌ଭି-୧୮ ଗାଁରେ ଅଭାବନୀୟ ଘଟଣା । ଟଙ୍କା ଚୋରି କରିବା ବେଳେ ଧରାପଡିଗଲା ବୋହୂ । ଯାହାପରେ ଶାଶୁଙ୍କୁ ନିଆଁ ଲଗାଇ ପୋଡ଼ି ଦେଲା ବୋହୂ । 

    ଖବର ଅନୁଯାୟୀ, ଶାଶୁ ରେଣୁକା ବୈଦ୍ୟ ନିଜ ଘରେ ଶୋଇଥିଲେ । ଏହି ସମୟରେ ବୋହୂ ଜୟା ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହାପରେ ଘରର କବାଟ ବନ୍ଦ କରି ଚାରି ମାସର ପୁଅକୁ ନେଇ ବାପ ଘରକୁ ଚାଲି ଯାଇଥିଲେ । ଏହାପରେ ଶାଶୁଙ୍କୁ ଗୁରୁତର ଅବସ୍ଥାରେ ଗାଁଲୋକେ ପ୍ରଥମେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ରେଣୁକାଙ୍କ ଶରୀରର ୬୦ ପ୍ରତିଶତ ପୋଡି ଯାଇଥିଲା । ଯାହାଫଳରେ ଛତିଶଗଡ଼ ରାୟପୁର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ସେପଟେ ଏହି ଘଟଣାକୁ ନେଇ ଜୟାଙ୍କ ସ୍ୱାମୀ ଅବିନାଥ ବୈଦ୍ୟ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook