ମୁଖ୍ୟ ଖବର
ନୂଆଦିଲ୍ଲୀ: ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ଯବାନଙ୍କ ଚାକିରି ଯାଇଛି। ସର୍ଭିସ ରୁଲ ଉଲ୍ଲଙ୍ଘନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(ସିଆରପିଏଫ୍)ରେ ଚାକିରି କରୁଥିବା ଜଣେ ଯବାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସିଆରପିଏଫ୍ର ୪୧ ବାଟାଲିୟନ ଯବାନ ମୁନିର ଅହମ୍ମଦଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ପାକିସ୍ତାନୀ ମହିଳାଙ୍କୁ ସେ ବିବାହ କରିଥିଲେ।
ପାକିସ୍ତାନୀ ମହିଳାଙ୍କୁ ବିବାହ ତଥ୍ୟ ଲୁଚାଇବା ଅଭିଯୋଗରେ ତାଙ୍କୁ ଚାକିରିରୁ ବିଦା କରାଯାଇଛି। ଭିସାର ବୈଧତା ନଥିବା ସେ ଜାଣିଥିବା ସତ୍ତେ୍ୱ ତାଙ୍କ ପତ୍ନୀ ଭାରତରେ ରହୁଥିଲେ। ସର୍ଭିସ ରୁଲ ଉଲ୍ଲଙ୍ଘନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତରେ ଜମ୍ମୁ ଓ କାଶ୍ମୀର ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ବିଚାରଧୀନ ରହିଥିବା ଜଣାପଡ଼ିଛି।
Comments ସମସ୍ତ ମତାମତ 0