ମୁଖ୍ୟ ଖବର
କଟକ: ସଦର ଥାନା ଗୋପାଳପୁର ବଢ଼େଇ ସାହିରେ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ଲୁହା ରଡ୍ରେ ପିଟି ପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଜଳଖିଆ ଦୋକାନରେ ବସିଥିବାବେଳେ ପିଟିପିଟି ହତ୍ୟା କରାଯାଇଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା।
ପ୍ରାରମ୍ଭିକ ତଦନ୍ତ ପରେ ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁଚୁ ପୁଲିସ ଚିହ୍ନଟ କରିଥିଲା। ସ୍ଥାନୀୟ ଅଞ୍ଚଳରୁ କୌଶଳକ୍ରମେ ଖସି ଯିବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତକୁ ପୁଲିସ ପୁଲିସ କାବୁ କରିବାରେ ସଫଳ ହୋଇଥିଲା। ସାଇଣ୍ଟିଫିକ୍ ଟିମ ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ବୋଲି ସୂଚନା ଦେଇଛି।
Comments ସମସ୍ତ ମତାମତ 0