Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଖୋଲିଲା କେଦାରନାଥ ମନ୍ଦିର

    Share on :
    ajab-Image
    Date: May 2, 2025    Views: 3931

    ନୂଆଦିଲ୍ଲୀ: ଆଜିଠୁ ଖୋଲିଲା ଦେବଭୂମି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର। କେଦାରନାଥ ବାବାଙ୍କ ମନ୍ଦିରର ମୁଖ୍ୟ ଫାଟକ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ପୁରା ମନ୍ଦିରକୁ ଫୁଲରେ ସଜାଯାଇଛି। ଆକର୍ଷଣୀୟ ଭାବେ ଫୁଲରେ ମନ୍ଦିରକୁ ସଜା ଯାଇଛି । ସବୁଥର ପରି, ଏଥର ମଧ୍ୟ ମନ୍ଦିରର ଦ୍ୱାର ଖୋଲିବା ପୂର୍ବରୁ, ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଏହି ପବିତ୍ର ଅବସରରେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଶ୍ରୀ କେଦାରନାଥ ଧାମ ପରିସରରେ ଉପସ୍ଥିତ ଥିଲେ। ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ । 

    ପ୍ରତିବର୍ଷ ଶୀତଦିନେ ପ୍ରବଳ ତୁଷାରପାତ ହେତୁ, ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ। ସେହିପରେ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ଦେଖିବା ପରେ ଏହାକୁ ଖୋଲାଯାଏ। ଦ୍ୱାର ଖୋଲିବା ପ୍ରକ୍ରିୟାରେ ବିଭିନ୍ନ ପାରମ୍ପରିକ ରୀତିନୀତି ସାମିଲ ଅଛି, ଯେଉଁଥିରେ ବାବା କେଦାରଙ୍କ ଶୀତକାଳୀନ ବାସସ୍ଥାନ, ଉଖିମଠର ଓଁକାରେଶ୍ୱର ମନ୍ଦିରରୁ କେଦାରନାଥ ଧାମକୁ ଚଳନ୍ତି ପ୍ରତିମା ଯାତ୍ରା ଅନ୍ତର୍ଭୁକ୍ତ।ଧାମକୁ ସଜାଇବା ପାଇଁ ପ୍ରାୟ ୧୦୮ କ୍ୱିଣ୍ଟାଲ ଫୁଲ ବ୍ୟବହୃତ ହୋଇଛି। କେଦାରନାଥ ଧାମ ରୁଦ୍ରପ୍ରୟାଗ ଜିଲ୍ଲାରେ ସମୁଦ୍ର ପତ୍ତନଠାରୁ ୧୧,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଅବସ୍ଥିତ।

    ମନ୍ଦିର ସଜାଇବାରେ ନିୟୋଜିତ ସ୍ୱେଚ୍ଛାସେବକଙ୍କ ଦଳର ନେତୃତ୍ୱ ନେଉଥିବା ଗୁଜରାଟର ଭଦୋଦରାର ବାସିନ୍ଦା ଶ୍ରୀଜଲ ବ୍ୟାସ କହିଛନ୍ତି ଯେ, ସାଜସଜ୍ଜା ପାଇଁ ଗୋଲାପ ଏବଂ ଗାଣ୍ଡୁଲା ସମେତ ୫୪ ପ୍ରକାରର ଫୁଲ ବ୍ୟବହାର କରାଯାଇଛି। ଏହି ଫୁଲଗୁଡ଼ିକ ନେପାଳ, ଥାଇଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ବ୍ୟତୀତ ଦିଲ୍ଲୀ, କାଶ୍ମୀର, ପୁଣେ, କୋଲକାତା ଏବଂ ପାଟନାରୁ ଅଣାଯାଇଛି।ସେହିପରି ଗାଁଦାଳ ଫୁଲଗୁଡ଼ିକ ସ୍ୱତନ୍ତ୍ର ଭାବରେ କୋଲକାତାର ଏକ ନିର୍ଦ୍ଦିଷ୍ଟ ଗାଁରୁ ଅଣାଯାଇଥାଏ । ସେହିପରି ମନ୍ଦିରର ସୌନ୍ଦର୍ୟ୍ୟକରଣ କାର୍ୟ୍ୟରେ ପଶ୍ଚିମବଙ୍ଗର ୩୫ ଜଣ କଳାକାର ମଧ୍ୟ ସାହାଯ୍ୟ କରିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook