ମୁଖ୍ୟ ଖବର
ଭୁବନେଶ୍ୱର: କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଏବେ ସୁଦ୍ଧା ୧୯ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଧାୟକ ଦାସରଥୀ ଗମାଙ୍ଗୋଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ କିଟ ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛି । ଗତ ଫେବୃଆରୀ ୨୧ ତାରିଖରେ ୮ ଜଣ, ୨୭ ତାରିଖରେ ୬ ଏବଂ ମାର୍ଚ୍ଚ ୬ ତାରିଖରେ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।
ଅନ୍ୟପକ୍ଷରେ ନେପାଳୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବାର ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ୨୦୨୪ ମାର୍ଚ୍ଚ ୧୨ ତାରିଖରେ ସମ୍ପୃକ୍ତ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟି ତଦନ୍ତ ଜାରି ରଖିଛି । ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
Comments ସମସ୍ତ ମତାମତ 0