Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

    Share on :
    ajab-Image
    Date: Mar 7, 2025    Views: 9221

    ଭୁବନେଶ୍ୱର: ୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ପ୍ରତିବାଦ କରାଯିବ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି। ସବୁ ଜିଲ୍ଲାପାଳ ଏବଂ ଭୁବନେଶ୍ୱର ଏଡିଏମ୍‌ ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । 

     ନଅ ମାସର ସରକାରରେ ରାଜ୍ୟରେ ନାରୀ ଅସୁରକ୍ଷିତ । ଏହା ବିରୋଧରେ ପ୍ରଶ୍ନ ଉତ୍ତର କାଳ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଦଳ ଧାରଣା ଦେଇଛନ୍ତି । ରାଜ୍ୟରେ ୧୬ଶହ ମହିଳା ନିଖୋଜ ଅଛନ୍ତି । ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେଉଛି । ରାଜ୍ୟରେ ନାରୀ ନିର୍ୟାତନା ଓ ଦୁଷ୍କର୍ମ ବଢୁଛି । ନାରୀ ସୁରକ୍ଷା ପାଇଁ ସରକାରର କୌଣସି ଯୋଜନା ନାହଁ କି ଆଇନ ନାହିଁ । ସରକାର ମହିଳା କି ଶିଶୁଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ସଦସ୍ୟ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଆଜି ଓଡ଼ିଶା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ଓ ଆଗକୁ ବି ଓହ୍ଲାଇବ ବୋଲି କହିଛନ୍ତି କଂଗ୍ରେସ ସଦସ୍ୟ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook