Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ‘ରଙ୍ଗ ବୋଳିଲେ ଶିକ୍ଷା ବଢିବ ନାହିଁ’

    Share on :
    ajab-Image
    Date: Mar 7, 2025    Views: 6732

    ଭୁବନେଶ୍ୱର: ସରକାରୀ ବିଦ୍ୟାଳୟ ରଙ୍ଗ ବଦଳାଇ ଗେରୁଆ ବିଦ୍ୟାଳୟ କୋଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ରଙ୍ଗ ପରିବର୍ତ୍ତନରେ ନୁହେଁ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର । ସରକାରୀ ସ୍କୁଲର ନୂଆ ରଙ୍ଗକୁ ଅନୁମୋଦନ କରିଛି ଶିକ୍ଷା ବିଭାଗ । ବିଦ୍ୟାଳୟ ଗଣଶିକ୍ଷା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି । ପିଏମ୍ ଶ୍ରୀ ସ୍କୁଲଗୁଡିକର ରଙ୍ଗ ବଦଳିବା ସହ ସରକାରୀ ସ୍କୁଲରେ ୟୁନିଫର୍ମକୁ ସରକାର ବଦଳାଇବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବିଜେଡି ସରକାର ବଦଳିବା ପରେ ଆରମ୍ଭ ହୋଇଛି ଯୋଜନା ନାଁ, ରଙ୍ଗ ବଦଳିବା ପ୍ରକ୍ରିୟା । ବିଗତ ସରକାରରେ ହୋଇଥିବା ବିଭିନ୍ନ ଯୋଜନାର ନାଁ ଓ ରଙ୍ଗ ବଦଳାଯାଉଛି । ଲକ୍ଷ୍ମୀ ବସର ରଙ୍ଗ ବଦଳିବା ସହ ବସର ଲୋଗୋ ବାହାର କରାଯାଇଛି । ସବୁଜ ଥିବା ସରକାରୀ କୋଠା ଓ ସରକାରୀ ହସ୍ପିଟାଲ ବିଲ୍ଡିଂ ରଙ୍ଗ ଗେରୁଆ ହେଉଛି । ସ୍କୁଲ ଘର ରଙ୍ଗ ସହ ଛାତ୍ରଛାତ୍ରୀଙ୍କ ପୋଷାକର ରଙ୍ଗ ପରିବର୍ତ୍ତନ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି । ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।
    ଏନେଇ ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, "ସରକାର ଚାହିଁଲେ ସ୍କୁଲ କୋଠାର ରଙ୍ଗ ବଦଳିଲା । ଏଥିରେ ଅସୁବିଧା କିଛି ନାହିଁ । କିନ୍ତୁ ବଡ଼ କଥା ହେଉଛି ରଙ୍ଗ, ଲୁହା, କାନ୍ଥ ଓ ଘର ଉପରେ ରଙ୍ଗ ବୋଳିଲେ ଶିକ୍ଷା ବ୍ୟବସ୍ଥା ଆଗକୁ ବଢିବ ନାହିଁ । ରଙ୍ଗ ବଦଳାଇ ଦେଲେ ଶିକ୍ଷା ବଢିଯିବ ନାହିଁ । ଏହା ଉଚିତ ବିଚାର ନୁହେଁ । ରଙ୍ଗ ବଦଳାଇ କେହି ଯଦି ପରିବର୍ତ୍ତନ ଆଣି ପାରିବ ବୋଲି ଭାବୁଛି । ତାହା ଠିକ କଥା ନୁହେଁ । ବିଜେଡି, ବିଜେପି ଓ ପରେ ଆଉ କିଏ ଆସିବ ସେ କଣ ଏମିତି ରଙ୍ଗ ପରିବର୍ତ୍ତନ କରିବ । ରଙ୍ଗ ପରିବର୍ତ୍ତନରେ ରାଜ୍ୟ ସରକାରଙ୍କ ଅର୍ଥ ସରିଯିବ । ଶିକ୍ଷାର ମାନ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ନୂଆ ଶିକ୍ଷା ନୀତି ଆସିଛି । ସେଥିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଲେ ଭଲ । ରଙ୍ଗ ବଦଳାଇଲେ ହେବନାହିଁ ।"

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook