Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    'ବିଜୁ ଜୟନ୍ତୀ କାର୍ୟ୍ୟକ୍ରମକୁ ନଆସି ପାପ କରିଛନ୍ତି ନବୀନ'

    Share on :
    ajab-Image
    Date: Mar 6, 2025    Views: 6770

    ଭୁବନେଶ୍ବର: ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ୟ୍ୟକ୍ରମରେ ସାମିଲ ହେଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିମନ୍ତ୍ରଣ ପରେ କାର୍ୟ୍ୟକ୍ରମକୁ ନଆସିବାରୁ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ''ନବୀନ ସାମିଲ ହୋଇଥିଲେ ପୂର୍ଣ୍ଣାଙ୍ଗ ହୋଇଥାନ୍ତା କାର୍ୟ୍ୟକ୍ରମ, ସେ ନଆସି ପାପ କରିଛନ୍ତି'' ବୋଲି କହିଛନ୍ତି ମୋହନ ।
    ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ବିଜୁ ବାବୁ ଥିଲେ ଓଡି଼ଶାର ପଥ ପ୍ରଦର୍ଶକ । ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି । ଓଡିଶା ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ । ତାକୁ ପୂରଣ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ୟ୍ୟନ୍ତ ଉଦ୍ୟମ କରିଥିଲେ । ଓଡିଶାର ଶିଳ୍ପାୟନ, ମହିଳାମାନଙ୍କ ସଶକ୍ତିକରଣ ଥିଲା ତାଙ୍କର ସ୍ୱପ୍ନ । ବିଜୁବାବୁଙ୍କ ସ୍ୱପ୍ନ ଓ ଆମ ସରକାରଙ୍କ କାର୍ୟ୍ୟକ୍ରମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ବିଜୁ ବାବୁ ସମୃଦ୍ଧ ଓଡିଶା ଗଠନ ପାଇଁ ଚିନ୍ତା କରିଥିଲେ । ଆଜି ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି । ବିଜୁ ବାବୁ ଓଡି଼ଶା ପାଇଁ ଯେଉଁ ସବୁ ସ୍ବପ୍ନ ଦେଖିଥିଲେ, ତାକୁ ଆମ ସରକାର ପୂରଣ କରିବ ।''
    ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବିଜୁ ବାବୁ ଶିଳ୍ପ କ୍ଷେତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ । ସେ ନିଜେ ଅନେକ କାରଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ ଗୁଡିକୁ ସରକାରଙ୍କୁ ଦେଇ ଦେଇଥିଲେ । ବୋଧହୁଏ ଏଭଳି ନିଷ୍ପତ୍ତି ନେବାରେ ସେ ଥିଲେ ବିଶ୍ବର ଏକମାତ୍ର ବ୍ୟକ୍ତିତ୍ବ । ଓଡିଶାକୁ ଶିଳ୍ପ, ପଞ୍ଚାୟତିରାଜ, ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଚିନ୍ତାଧାରା ଥିଲା ଅନନ୍ୟ । ଆଜି ଆମ ସରକାର ବିଜୁ ବାବୁଙ୍କ ସେହି ପଥକୁ ଅନୁସରଣ କରୁଛି । ତାଙ୍କ ମାର୍ଗରେ ପରିଚାଳିତ ହୋଇ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ବପ୍ନକୁ ସାକାର କରିବାକୁ ଯାଉଛୁ । ଗାଁର ବିକାଶରେ ରାଜ୍ୟର ବିକାଶ - ଏହା ଥିଲା ବିଜୁ ବାବୁଙ୍କ ମତ । ସେଥିପାଇଁ ସେ ନାରା ଦେଇଥିଲେ, ଗାଁ'କୁ କାମ, ମା'କୁ ସମ୍ମାନ । ଯଦି ବିଜୁ ବାବୁଙ୍କ ଏହି ଉକ୍ତି ଉପରେ ସଠିକ କାମ ହୋଇଥାନ୍ତା, ତେବେ ଆମେ ନିଶ୍ଚିତ ଭାବେ ବହୁ ଆଗକୁ ଯାଇପାରିଥାନ୍ତେ । ଗାଁର ଅର୍ଥନୀତି ସୁଦୃଢ ହୋଇପାରିଥାନ୍ତା । ''

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook