ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ପର୍ୟ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୂର୍ବତନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କାହାରି ନାମ ନନେଇ ସେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି ଉପମୁଖ୍ୟମନ୍ତ୍ରୀ । ଶ୍ରୀମତୀ ପରିଡା କହିଛନ୍ତି, ରାଜ୍ୟରେ ପର୍ୟ୍ୟଟନ ଟଙ୍କା ବ୍ୟକ୍ତି କୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା । ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲା । ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ବଢାଇବା ପାଇଁ ପର୍ୟ୍ୟଟନର ସମସ୍ତ ପଇସା ବଣ୍ଟା ଯାଉଥିଲା । କିନ୍ତୁ ଆମ ସରକାରରେ ନିର୍ଦ୍ଧିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର ହେବାର ନାହିଁ କି କରିବୁ ନାହିଁ ।
ଶ୍ରୀମତୀ ପରିଡା କହିଛନ୍ତି, ରାଜ୍ୟରେ ପର୍ୟ୍ୟଟନ ଟଙ୍କା ବ୍ୟକ୍ତି କୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା । ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲା । ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କୁ ବଢାଇବା ପାଇଁ ପର୍ୟ୍ୟଟନର ସମସ୍ତ ପଇସା ବଣ୍ଟା ଯାଉଥିଲା । କିନ୍ତୁ ଆମ ସରକାରରେ ନିର୍ଦ୍ଧିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର ହେବାର ନାହିଁ କି କରିବୁ ନାହିଁ । ପୂର୍ବ ସରକାରରେ ଶାଗ ମାଛ ଦରରେ ପର୍ୟ୍ୟଟନର ବହୁ ସ୍ଥାନକୁ ଦଳୀୟ କର୍ମୀଙ୍କୁ ଦେଇ ଦେଇଛନ୍ତି । କାହାକୁ ୪୦ ବର୍ଷ, କାହାକୁ ୮୦ ବର୍ଷ ଦିଆଯାଇଛି । ଲିଗାଲ ଅସୁବିଧା ଆସିକି ପହଞ୍ଚିଛି । କିନ୍ତୁ ତଥାପି ଏବେ ବି ପ୍ରାଇମ ଲୋକେସନରେ ଥିବା ସାଇଟ୍କୁ ଆହୁରି ନିବେଶକମାନଙ୍କୁ ଦିଆଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି ।
ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କାଉଣ୍ଟର ଜବାବ ରଖିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ପର୍ୟ୍ୟଟନ କ୍ଷେତ୍ରରେ ଯାହା ବିକାଶ ହୋଇଛି ବିଜେଡି ସରକାର ସମୟରେ ହୋଇଛି । ବର୍ତ୍ତମାନ ସରକାର ବଦଳିବା ପରେ ଯେଉଁ କାର୍ୟ୍ୟ କରିପାରୁ ନାହାନ୍ତି ପୂର୍ବ ସରକାରକୁ ଦୋଷ ଦେଉଛନ୍ତି । ଏବେ ସରକାର ତାଙ୍କର ବ୍ୟବସ୍ଥା ତାଙ୍କର । କିନ୍ତୁ ଏ ସରକାର ଯେଉଁଠି ଯାହା କରି ପାରୁନାହାଁନ୍ତି ରାଜନୈତିକ ଅଭିସନ୍ଧି ରଖି ବୟାନବାଜି କରୁଛନ୍ତି ବୋଲି ବିଜେଡି ବିଧାୟକ କହିଛନ୍ତି ।
Comments ସମସ୍ତ ମତାମତ 0