Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୫ ବର୍ଷ ଗାଡିକୁ ପେଟ୍ରୋଲ ମନା

    Share on :
    ajab-Image
    Date: Mar 2, 2025    Views: 10908

    ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ମାଷ୍ଟର ପ୍ଲାନ । ୧୫ ବର୍ଷ ପୁରୁଣା ଯାନବାହାନ ନେଇ ବଡ ପଦକ୍ଷେପ । ଦିଲ୍ଲୀରେ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ିକୁ ପେଟ୍ରୋଲ୍‌ ମନା । ଏପ୍ରିଲ୍‌ ୧ରୁ ଆଉ କୌଣସି ପେଟ୍ରୋଲ୍‌ ପମ୍ପ୍‌ରେ ମିଳିବନି ପେଟ୍ରୋଲ୍‌ । ପ୍ରତି ପେଟ୍ରୋଲ୍‌ ପମ୍ପ୍‌ରେ ୧୫ ବର୍ଷରୁ ଊର୍ଦ୍ଧ୍ବ ଯାନ ଚିହ୍ନିଟ ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିର୍ସା । ଶନିବାର ପରିବେଶ ବିଭାଗ, ଏମସିଡି ଏବଂ ଏନଡିଏମସି ସହ ବୈଠକ କରିବା ପରେ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିର୍ସା କହିଛନ୍ତି ଯେ, ଏପ୍ରିଲ ୧ ରୁ ୧୫ ବର୍ଷରୁ ଊର୍ଦ୍ଧ୍ବ ଗାଡି ପେଟ୍ରୋଲ ଏବଂ ଡିଜେଲ ପାଇବ ନାହିଁ । ଏଥିପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯିବ । ଯିଏ ଏହିପରି ଯାନଗୁଡ଼ିକୁ ଚିହ୍ନଟ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
    ମଞ୍ଜିନ୍ଦର ସିଂ ସିର୍ସା କହିଛନ୍ତି, "ଆଜି ଦିଲ୍ଲୀରେ ଏକ ମାରାଥନ୍ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆମେ ଅନେକ ଦିଗ ଉପରେ ଆଲୋଚନା କରିଥିଲୁ । ପ୍ରଦୂଷଣ ହ୍ରାସ ପାଇଁ ପୂର୍ବ ସରକାର କୌଣସି ପଦକ୍ଷେପ ନେଇ ନଥିଲେ । କେନ୍ଦ୍ର ସରକାର ଯାହା ପାଣ୍ଠି ଦେଇଥିଲେ ତାହା ବ୍ୟବହାର କରାଯାଇ ନଥିଲା । ଦିଲ୍ଲୀରେ ତିନୋଟି ବଡ ପ୍ରଦୂଷଣ ସମସ୍ୟା ଅଛି । ଗୋଟିଏ- ଧୂଳି ପ୍ରଦୂଷଣ, ଗୋଟିଏ-ଯାନ ପ୍ରଦୂଷଣ ଏବଂ ଗୋଟିଏ- ନିର୍ମାଣ ପ୍ରଦୂଷଣ । ତେବେ ୧୫ ବର୍ଷରୁ ଊର୍ଦ୍ଧ୍ବ ଯାନବାହାନଗୁଡିକ ଏପ୍ରିଲ ୧ରୁ ପେଟ୍ରୋଲ ପାଇବ ନାହିଁ । ଆମେ ଏକ ଦଳ ଗଠନ କରୁଛୁ ଯାହା ୧୫ ବର୍ଷ ପୁରୁଣା ଯାନକୁ ଚିହ୍ନଟ କରିବ ।"

    Maximum 500 characters

    ଦେଶ ବିଦେଶ View all

    Find Us on Facebook