Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିଲିଣ୍ଡର ଫାଟିବାରୁ ୩ ମୃତ

    Share on :
    ajab-Image
    Date: Mar 1, 2025    Views: 6215

    ହାଇଦ୍ରାବାଦ : ହାଇଦ୍ରାବାଦର ପୁପ୍ପଲଗୁଡାରେ ଏକ ଘରେ ୩ଟି ସିଲିଣ୍ଡର ଫାଟିବାରୁ ୩ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
    ଶୁକ୍ରବାର ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଛି । ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ନିଆଁ ଲାଗିବା ସମୟରେ ସେଠାରେ ପ୍ରାୟ ୮ ଜଣ ଲୋକେ ଥିଲେ । ଅଗ୍ନିକାଣ୍ଡରେ ଏକ ସାତ ବର୍ଷର ଶିଶୁ କନ୍ୟା ସହ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ପାଞ୍ଚ ଜଣଙ୍କୁ ସ୍ଥାନୀୟଲୋକେ, ପୁଲିସ, ଦମକଳ କର୍ମଚାରୀ ଜୀବିତ ଉଦ୍ଧାର କରିଥିଲେ । ପ୍ରଥମେ ଘରର ତଳ ମହଲାରେ ତେଜରାତି ଦୋକାନରେ ଫ୍ରିଜ୍‌ରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ କାରଣରୁ ନିଆଁ ଲାଗି ପରେ ଏହା ବ୍ୟାପି ଯାଇଥିଲା ବୋଲି ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook