Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମାସ ଶେଷ ସୁଦ୍ଧା ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ!

    Share on :
    ajab-Image
    Date: Feb 23, 2025    Views: 3210

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ମହାକୁମ୍ଭରୁ ଫେରିବା ପରେ ବିଜେପିର କୋର୍‌  କମିଟି ବୈଠକ ବସିବ । ଏଥିରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚୂଡ଼ାନ୍ତ  ନିଷ୍ପତ୍ତି ହେବ । ମାସ ଶେଷ ସୁଦ୍ଧା  ନୂଆ ମନ୍ତ୍ରୀମଣ୍ଡଳ ସମେତ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ  ବୋଲି ଶୁଣାଯାଉଛି ।  ବୋର୍ଡ ଓ ନିଗମରେ ନୂଆ ନିଯୁକ୍ତି  ନେଇ ମଧ୍ୟ ଘୋଷଣା ହୋଇପାରେ  ବୋଲି ବିଜେପି ସୂତ୍ରରୂ ସୂଚନା ମିଳିଛି ।  

    ମନ୍ତ୍ରି ମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ୨୧ ଜଣ ମନ୍ତ୍ରୀ ରହିପାରିବେ । କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ଅଛନ୍ତି । ଆହୁରି ୬ଟି ମନ୍ତ୍ରୀ ପଦ ଫାଙ୍କା ପଡ଼ିଛି । ଅନେକ ମନ୍ତ୍ରୀଙ୍କ ହାତରେ ଏକାଧିକ ଓଜନିଆ ବିଭାଗ ରହିଛି । କିଛି ମନ୍ତ୍ରୀଙ୍କ ଅଧୀନରେ ଦୁଇରୁ ତିନୋଟି ବିଭାଗ ଅଛି । ମୁଖ୍ୟମନ୍ତ୍ରୀ ବି ନିଜ ଗୁରୁଦାୟିତ୍ୱ ତୁଲାଇବା ସହ ଅର୍ଥ, ଗୃହ, ଜଳସମ୍ପଦ ଭଳି ଗୁରୁତ୍ୱପୂର୍ଣ ବିଭାଗ କଥା ବୁଝୁଛନ୍ତି । ମନ୍ତ୍ରୀମାନେ ମାତ୍ରାଧିକ ଚାପରେ ଅଛନ୍ତି । ନିଜ ବିଭାଗ ଓ ସଂଗଠନକୁ ପର୍ୟ୍ୟାପ୍ତ ସମୟ ଦେବା ସମ୍ଭବ ହେଉ ନାହିଁ । ସେପଟେ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଛି । ମନ୍ତ୍ରୀ ପଦ ଆଶାରେ ଦଳୀୟ ବିଧାୟକମାନେ ଖୋଲାଖୋଲି ଇଚ୍ଛା ଜାହିର୍‌ କଲେଣି ।  

    ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେଉ ବୋଲି ଗଣମାଧ୍ୟମ ଆଗରେ ବିବୃତି ରଖିଲେଣି । ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ  ଦଳୀୟ କସରତ ଶେଷ ପର୍ୟ୍ୟାୟରେ  ପହଞ୍ଚିଛି । ଏହାକୁ ନେଇ ଦଳର  ଶୀର୍ଷ ନେତୃତ୍ୱଙ୍କ ଭିତରେ ଆଲୋଚନା  ସରିଛି । କୋର୍‌ କମିଟି ବୈଠକରେ ଏହା ଉପରେ ଆଲୋଚନା ହୋଇଛି । ଖୁବ୍‌ଶୀଘ୍ର ପୁଣି ଥରେ କୋର୍‌ କମିଟି  ବୈଠକ ବସିବ। ଏଥିରେ ମନ୍ତ୍ରିମଣ୍ଡଳ  ସଂପ୍ରସାରଣ ସହିତ ରାଜ୍ୟ ସଭାପତିଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିବ ।  

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook