Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଶାନ୍ତ କିଶୋରଙ୍କୁ ମିଳିଲା ଜାମିନ

    Share on :
    ajab-Image
    Date: Jan 6, 2025    Views: 4914

    ନୂଆଦିଲ୍ଲୀ:  ପ୍ରଶାନ୍ତ କିଶୋରଙ୍କୁ ମିଳିଲା ଜାମିନ ।   ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ସକାଳେ ବିହାର ପୁଲିସ  ଅଟକ ରଖିଥିଲା। ଏବେ ତାଙ୍କୁ ଜାମିନ ମିଳିଛି। 
    ସୂଚନାମୁତାବକ,  ପାଟନା ପୁଲିସର ଏକ ବଡ଼ ଟିମ୍ ପ୍ରଶାନ୍ତ କିଶୋରଙ୍କୁ ଆନ୍ଦୋଳନସ୍ଥଳରୁ ହଟାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ସାଥୀ ବିକ୍ଷୋଭକାରୀମାନେ ତାଙ୍କୁ ଧରି ରଖି  ବିକ୍ଷୋଭ କରିଥିଲେ।  ରାଜନୀତିରେ ଯୋଗ ଦେବା ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ଥିବା  ଶ୍ରୀ କିଶୋର ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା ପରିଚାଳିତ ସମନ୍ବିତ ୭୦ତମ ମିଳିତ ପ୍ରତିଯୋଗିତା ମୂଳକ ପରୀକ୍ଷାକୁ ବାତିଲ କରିବା ଦାବିରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଜାନୁଆରୀ ୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ରେ ବସିଛନ୍ତି ।
    ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଛନ୍ତି।ଡିସେମ୍ବର ୧୩ତାରିଖରେ ବିପିଏସସି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗାନ୍ଧି ମଇଦାନ ସେହି ସ୍ଥାନଠାରୁ କିଛି କିଲୋମିଟର ଦୂରରେ ରହିଛି ଯେଉଁଠାରେ ଅନେକ ପ୍ରାର୍ଥୀ ଦୁଇ ସପ୍ତାହରୁ ଅଧିକ ସମୟ ଧରି ୨୪ ଘଣ୍ଟିଆ ଧାରଣାରେ ବସିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook