Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାରିହେଲା ୯୦ ଟଙ୍କିଆ ମୁଦ୍ରା

    Share on :
    ajab-Image
    Date: Apr 1, 2024    Views: 4393

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର ମୁଦ୍ରା ଜାରି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଆର୍‌ବିଆଇର ୯୦ତମ ବାର୍ଷିକୀ ପାଳନ ଅବସରରେ ଏକ ସ୍ୱତନ୍ତ୍ର ୯୦ ଟଙ୍କା ମୁଦ୍ରା ଉନ୍ମୋଚନ କରିଛି। ୯୯.୯୯% ଶୁଦ୍ଧ ରୂପା ସହିତ ନିର୍ମିତ ଏବଂ ପ୍ରାୟ ୪୦ ଗ୍ରାମ ଓଜନ ବିଶିଷ୍ଟ ଏହି ସ୍ୱତନ୍ତ୍ର ମୁଦ୍ରା, ନଅ ଦଶନ୍ଧି ଧରି ଆର୍‌ବିଆଇର ସମୃଦ୍ଧ ଇତିହାସ ଏବଂ ସଫଳତାର ପ୍ରତୀକ ଅଟେ।
    ଏହି ମୁଦ୍ରାରେ କେନ୍ଦ୍ରର ପ୍ରସିଦ୍ଧ ଆର୍‌ବିଆଇ ପ୍ରତୀକକୁ ହାଇଲାଇଟେଡ୍‌ କରାଯାଇଛି। ଏହାର ତଳେ ଆରବିଆଇ ଅ୯୦ ଲେଖା ରହିଛି। ଯାହା ଅନୁଷ୍ଠାନର ସ୍ଥାୟୀ ଐତିହ୍ୟ ଏବଂ ଭାରତର ଆର୍ଥିକ ସ୍ଥିରତା ବଜାୟ ରଖିବାରେ ଭୂମିକାକୁ ପ୍ରତିପାଦିତ କରୁଛି। ଏହା ଭାରତର ସାଂସ୍କୃତିକ ଐତିହ୍ୟ ଏବଂ ଗଣତାନ୍ତ୍ରିକ ନୀତିର ପ୍ରତୀକ ଥିବା ଅଶୋକ ସ୍ତମ୍ଭର ସିଂହ ରହିଛି। ନିମ୍ନରେ ଦେବନଗରୀ ସ୍କ୍ରିପ୍ଟରେ ଖୋଦିତ ଜାତୀୟ ସଙ୍କେତ ସତ୍ୟମେବ ଜୟତେ ମଧ୍ୟ ଲେଖାଯାଇଛି।ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଆର୍‌ବିଆଇର ଅନ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook