Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି,କାହିଁକି ଜାଣନ୍ତୁ

    Share on :
    ajab-Image
    Date: Jan 5, 2025    Views: 6188

    ଭୁବନେଶ୍ୱର: ଚଳିତବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନ ଗଡ଼ିବା ଏକ କ୍ଷୋଭର ବିଷୟ ବୋଲି ବିଜୁ ଜନତା ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।
    ଓଡ଼ିଆ ଅସ୍ମିତା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଡବଲ ଇଞ୍ଜିନ ସରକାର ଶାସନ ସମୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ବୀକୃତି ନ ମିଳିବା ନିଶ୍ଚିତ ଭାବେ ଉଦ୍‌ବେଗର ବିଷୟ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି।
    ଉଲ୍ଲେଖଯୋଗ୍ୟ, ଗତ ବର୍ଷ କର୍ତ୍ତବ୍ୟପଥରେ ଐତିହ୍ୟ ଗ୍ରାମ ରଘୁରାଜପୁର ହସ୍ତକଳାକୁ ନେଇ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ପଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶିତ କରାଯାଇଥିଲା। ଓଡ଼ିଶାର ଏହି ମେଢ଼ ପ୍ରଥମ ପୁରସ୍କାର ହାସଲ କରିଥିଲା। ୨୦୨୫ ଜାନୁଆରୀ ୨୬ ତାରିଖରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶା ତରଫରୁ ମାଣିଆବନ୍ଧ ଶାଢ଼ି, ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ୱରକୁ ମଡେଲ ଭାବେ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏ ବର୍ଷ ମନୋନୀତ ହୋଇଥିବା ପ୍ରଜ୍ଞାପନ ମେଢ଼ ମଧ୍ୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସ୍ଥାନ ମିଳିନାହିଁ। କିନ୍ତୁ କେଉଁ କାରଣରୁ ଏହାକୁ ମନୋନୀତ କରାଯାଇ ନାହିଁ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook