ଜମ୍ମୁ-କଶ୍ମୀର : ଖାଇକୁ ଖସିଲା ବୋଲେରୋ। ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୪ ଜଣ। ଜମ୍ମୁ-କଶ୍ମୀରର କିସ୍ତିବାଡା ସ୍ଥିତ ପଦ୍ଦାରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ବୋଲେରୋରେ ମୋଟ ୬ ଜଣ ଥିଲେ।
ସୂଚନା ମୁତାବକ, ବୋଲେରୋରେ ଯାତ୍ରା କରୁଥିବା ଲୋକମାନେ ପଦ୍ଦାରରୁ ମାସୁ ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଥିଲେ। ଫଳରେ କାରଟି ଖାଇକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ସେହିପରି ନିଖୋଜ ଦୁଇ ଜଣଙ୍କ ସନ୍ଧାନ ଜାରି ରହିଛି। କାର୍ଟି ଯେଉଁଠି ଖସି ପଡିଥିଲା ସେଠାରେ ଏକ ନଦୀ ଥିବାରୁ ଦୁଇ ଜଣ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି।
Comments ସମସ୍ତ ମତାମତ 0