Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଘନ କୁହୁଡି:ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

    Share on :
    ajab-Image
    Date: Jan 5, 2025    Views: 4586

    ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାତର ତୃତୀୟ ଦିନ ପାଇଁ ଘନ କୁହୁଡି ଦେଖିବାକୁ ମିଳିଛି। କୁହୁଡି ଯୋଗୁ ଟ୍ରେନ୍‌ ଓ ବିମାନ ଗତିରେ ବ୍ରେକ୍‌ ଲାଗି ଯାଇଛି। କମ୍‌ ଦୃଶ୍ୟମାନ ଯୋଗୁ ରାଜଧାନୀ ଦିଲ୍ଲୀରେ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ବି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନ ବିଳମ୍ବରେ ଚାଲୁଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଅନୁଯାୟୀ, ଘନ କୁହୁଡ଼ି କାରଣରୁ ଆଜି ସକାଳ ୮ ଟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଏ) ବିମାନବନ୍ଦରରେ ୬ ଟି ବିମାନ ବାତିଲ କରାଯାଇଛି। ୧୧୪ ଟି ବିମାନରେ ହାରାହାରି ୧୮ମିନିଟରେ ବିଳମ୍ବ ହୋଇଛି। ଶନିବାର ଦିନ ଆଇଜି ବିମାନ ବନ୍ଦରରେ ପ୍ରାୟ ୪୮ ବିମାନ ଉଡାଣ ବାତିଲ କରିବାକୁ ପଡିଥିଲା। ​​ପାଣିପାଗ ବିଭାଗ ଅନୁଯାୟୀ, ରବିବାର ସକାଳ ସାଢ଼େ ୫ଟା ସମୟରେ ଦିଲ୍ଲୀରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଶନିବାର ମଧ୍ୟ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ ଥିଲା। କୁହୁଡ଼ି ହେତୁ ଅନେକ ଟ୍ରେନ୍ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବିଳମ୍ବରେ ଚାଲୁଛି। ଦିଲ୍ଲୀର ବାୟୁ ଗୁଣବତ୍ତା ମଧ୍ୟ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook