ନୂଆଦିଲ୍ଲୀ: ଏନ୍କାଉଣ୍ଟରରେ ଟଳିଲେ ୪ ମାଓବାଦୀ। ମାଲକାନଗିରି ସୀମାନ୍ତ ଝତିଶଗଡ଼ର ଅବୁଝମାଡ଼ରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।
ଛତିଶଗଡ଼ର ଦନ୍ତେବାଡ଼ା ଓ ନାରାୟଣପୁର ଜିଲ୍ଲା ସୀମାରେ ଥିବା ଅବୁଝମାଡ଼ ଜଙ୍ଗଲରେ ଶନିବାର ବିଳମ୍ବିତ ରାତିରୁ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଜଙ୍ଗଲ ଭିତରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇ ଜାନୁଆରୀ ୩ ତାରିଖରେ ନାରାୟଣପୁର, ଦନ୍ତେବାଡା, ଜଗଦଳପୁର, କୋଣ୍ଡାଗାଓଁ ଜିଲ୍ଲାର ଡିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଚଳାଥିଲେ।
Comments ସମସ୍ତ ମତାମତ 0