Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ସବୁ ସାମାନ୍ୟ କୁଅଭ୍ୟାସ ବୃଦ୍ଧି କରେ ଓଜନ

    Share on :
    ajab-Image
    Date: Oct 2, 2024    Views: 2943

    ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ ମୋଟାପଣ ବା ମେଦବହୁଳତାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ। କିନ୍ତୁ ଜାଣନ୍ତି କି, ଆମର ଅନେକ ଛୋଟ ଛୋଟ କୁଅଭ୍ୟାସ ରହିଛି, ଯାହା ଶରୀରରେ ଓଜନ ବୃଦ୍ଧି କରିଥାଏ। ଏସବୁ କୁଅଭ୍ୟାସ କଣ, ଜାଣନ୍ତୁ...

    ଅତ୍ୟଧିକ ଖାଇବା- ଅଧିକ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ପାଇଥାଏ। ଆବଶ୍ୟକତାଠାରୁ ଟିକେ କମ୍ ଖାଦ୍ୟ ଖାଆନ୍ତୁ, କିନ୍ତୁ ଅତ୍ୟଧିକ ଖାଆନ୍ତୁ ନାହିଁ।କାରଣ ଅଧିକ ଖାଇବା ଦ୍ୱାରା ମେଦବହୁଳତା ଏବଂ ପରେ ଅନ୍ୟ ବିପଦପୂର୍ଣ୍ଣ ରୋଗ ହୋଇପାରେ। ବିଶେଷ କରି ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ।  

    ନ ଖାଇବା- ଯେପରି ଅତ୍ୟଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ସେହିପରି ନ ଖାଇବା ମଧ୍ୟ ହାନିକାରକ। ବ୍ରେକଫାଷ୍ଟ ସ୍କିପ୍ କରି ଦେବା କିମ୍ବା ମଧ୍ୟାହ୍ନ ଭୋଜନ ନ କରି ପରବର୍ତ୍ତୀ ସମୟରେ ଖାଇବା, ଏସବୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ବାସ୍ତବରେ, କିଛି ସମୟ ନ ଖାଇବା ଦ୍ୱାରା ଅଧିକ ଭୋକ ଲାଗିଥାଏ, ଏହାପରେ ହଠାତ୍ ଅଧିକ ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢିପାରେ।
    ବ୍ୟାୟାମ ନ କରିବା- ଓଜନ ବଜାୟ ରଖିବା ପାଇଁ ଗୋଟିଏ ଦିନରେ କିଛି ସମୟ ବ୍ୟାୟାମ କରିବା ନିହାତି ଆବଶ୍ୟକ। ବ୍ୟାୟାମ କିମ୍ବା ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା ଚର୍ବି ଜମାଟ ବାନ୍ଧିଥାଏ। ଏହି କାରଣରୁ ଶରୀରରେ ଓଜନ ବୃଦ୍ଧି ହୁଏ ଏବଂ ରୋଗ ମାଡ଼ିବସେ।

    ବିଳମ୍ବିତ ରାତ୍ରି ଭୋଜନ- ଓଜନ ବଜାୟ ରଖିବାକୁ ଚାହୁଁଥିଲେ ଉପଯୁକ୍ତ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ। ରାତ୍ରି ଭୋଜନ ବିଳମ୍ବ କରିବା ଯୋଗୁଁ ଶରୀରର ମେଟାବୋଲିଜିମ୍(ହଜମ) ଶକ୍ତି ମନ୍ଥର ହୋଇଯାଏ। ଏହି କାରଣରୁ କ୍ୟାଲୋରୀ ବର୍ନ ହୋଇପାରି ନଥାଏ, ଧୀରେ ଧୀରେ ଚର୍ବି ଜମା ହେବା ଆରମ୍ଭ କରେ। ଫଳରେ ପରବର୍ତ୍ତୀ ସମୟରେ ମେଦବହୁଳତାର ଶିକାର ହେବାକୁ ପଡ଼େ। 

    Maximum 500 characters

    ବିଶେଷ View all

    Find Us on Facebook