Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବୀନଙ୍କୁ ଏହା କହିଲା ବିଜେପି

    Share on :
    ajab-Image
    Date: Oct 2, 2024    Views: 3096

    ଭୁବନେଶ୍ୱର: ବିଜେପି ସରକାର ବିରୋଧରେ ନବୀନ ପଟ୍ଟନାୟକ ଆଣିଥିବା ଅଭିଯୋଗର କାଉଣ୍ଟର ଜବାବ ଦେଇଛି ବିଜେପି ।  ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ କହିଛନ୍ତି ଯେ  ନବୀନ ଗୋଟିଏ ସତ କଥା କହିଛନ୍ତି ଯେ ଲୋକ ସବୁ ଜାଣିଛନ୍ତି । ହଁ ଲୋକ ସବୁ ଜାଣିଲେ ବୋଲି ସେମାନେ ନବୀନଙ୍କୁ ପ୍ରତ୍ୟାଖ୍ୟାନ କଲେ । ଲୋକ ସମର୍ଥନ ନାହିଁ ବୋଲି ୧୦୦ ଦିନ ପରେ ବି ନବୀନ ଗ୍ରହଣ କରିପାରୁନାହାନ୍ତି । ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ଗୋଟି ଗୋଟି ପୂରଣ କରୁଛି । ବିଜେପି ଯାହା କୁହେ ତାହା କରେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । 
    ପ୍ରକାଶଯେ ଆଜିଠୁ ବିଜେଡିର ପଦଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ନବୀନ  ବିଜେପି ସରକାରଙ୍କୁ ନିଶାନା କରିଛନ୍ତି । ସେ କହିଛନ୍ତି ଯେ ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ସେମାନେ ବିଏସକେୱାଇର ନାମ ବଦଳାଇ ଦେଇଛନ୍ତି । ଲୋକ ସବୁ ଜାଣନ୍ତି ।  ୩୦୦ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା ଦେବେ କହିଥିଲେ ।  ମା ମାନଙ୍କୁ ୫୦ ହଜାର ଦେବେ ବୋଲି କହିଥିଲେ । କେତେ ଜଣ ପାଇଲେଣି । ଏ ସରକାରଙ୍କ ଉପରେ ଲୋକଙ୍କ ଭରସା ନାହିଁ । ଲୋକ ମିଛ ଜାଣିଲେଣି । ମିଛ କହି ନିର୍ବାଚନ ଜିତିପାରନ୍ତି କିନ୍ତୁ ଲୋକଙ୍କ ହୃଦୟ ଜିତିପାରିବେନି । ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି । ଆମେ ଲୋକଙ୍କ ହୃଦୟରେ ଅଛୁ । ସରକାରୀ କର୍ମଚାରୀମାନେ ରାଜଭବନରେ ବି ସୁରକ୍ଷିତ ନୁହନ୍ତି ।  ମୁଁ କ୍ଷମତାରେ ଥାଏ କି ନଥାଏ, ଲୋକଙ୍କ ସେବା ଜାରି ରାହିବ ବୋଲି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । 

     

    Maximum 500 characters

    ତାଜା ଖବର View all

    Find Us on Facebook