Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ସିଂହଦ୍ୱାରରେ ଜଗିବେ ପ୍ରତିହାରୀ ସେବକ

    Share on :
    ajab-Image
    Date: Apr 13, 2024    Views: 5046

    ପୁରୀ: ନିକଟରେ ଶ୍ରୀମନ୍ଦିରକୁ ଏକାଧିକଥର ଅଣହିନ୍ଦୁଙ୍କ ପ୍ରବେଶ ପରେ ତତ୍ପର ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ବଡ଼ଦେଉଳକୁ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ସେବାୟତ। ଆସନ୍ତା ୧୪ ତାରିଖରୁ ଶ୍ରୀମନ୍ଦିର ସିଂହଦ୍ୱାରରେ ୨ଜଣ ଲେଖାଏଁ ପ୍ରତିହାରୀ ସେବକଙ୍କୁ ମୁତୟନ କରାଯିବ। ପ୍ରଥମ ପର୍ୟ୍ୟାୟରେ ସକାଳେ ୨ ଓ ଦ୍ୱିତୀୟ ପର୍ୟ୍ୟାୟରେ ସନ୍ଧ୍ୟାରେ ୨ ଜଣ ପ୍ରତିହାରୀ ସେବାୟତ ସିଂହଦ୍ୱାରରେ ରହିବେ। ପରବର୍ତ୍ତୀ ସମୟରେ ଚାରିଦ୍ୱାରରେ ପ୍ରତିହାରୀ ସେବକ ଜଗିବେ ବୋଲି ସୂଚନା ମିଳିଛି।
    ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛିକାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ସିଂହଦ୍ୱାରରେ ପ୍ରତିହାରୀ ସେବା ରହିଥିଲା। ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା। କେବଳ ରଥଯାତ୍ରା ବେଳେ ସାମୟିକ ଭାବେ ଏହି ସେବା କରାଯାଉଥିଲା। ଏବେ ସିଂହଦ୍ୱାର ପ୍ରତିହାରୀ ସେବାକୁ ପୁନଃ ପ୍ରଚଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପ୍ରଶାସନ ଓ ପ୍ରତିହାରୀ ନିଯୋଗ ମଧ୍ୟରେ ଆଲୋଚନା କରାଯାଇଛି। ମଝିରେ ମଝିରେ ଶ୍ରୀମନ୍ଦିରରେ ଅଣହିନ୍ଦୁମାନେ ପଶି ଯାଉଛନ୍ତି। ସେମାନଙ୍କୁ କେବଳ ସେବାୟତମାନେ ଚିହ୍ନଟ କରିପାରୁଛନ୍ତି। ଅଣହିନ୍ଦୁଙ୍କୁ ଚିହ୍ନଟ କରିବାରେ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ ପୁଲିସ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ଟିକେ କଷ୍ଟ ହେଉଛି। କିନ୍ତୁ ପ୍ରତିହାରୀ ସେବାୟତମାନେ ସଙ୍ଗେସଙ୍ଗେ ଅଣହିନ୍ଦୁମାନଙ୍କୁ ଚିହ୍ନଟ କରିପାରିବେ ବୋଲି ଏହି ନିଷ୍ପତ୍ତି ନିଆଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook