Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୫ ମାଓ ସଦସ୍ୟଙ୍କ ଆତ୍ମସମର୍ପଣ

    Share on :
    ajab-Image
    Date: Apr 12, 2024    Views: 9333

    ଝାଡ଼ଖଣ୍ଡ: ମାଓବାଦୀ ସଂଗଠନ ସହ ଜଡ଼ିତ ୧୫ ସକ୍ରିୟ ମାଓ ସଦସ୍ୟ ଗୁରୁବାର ଝାଡ଼ଖଣ୍ଡ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇଜଣ ମହିଳା ମାଓବାଦୀ ଥିବାବେଳେ ୧୩ ଜଣ ପୁରୁଷ ନକ୍ସଲ। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି। ପଶ୍ଚିମସିଂଭୂମ ଜିଲ୍ଲାର ବିଭିନ୍ନ ଥାନାରେ ନକ୍ସଲଙ୍କ ହିଂସା ଘଟାଇଥିବାରୁ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ବିରୋଧରେ ବହୁ ଗୁରୁତର ମାମଲା ରହିଛି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଝାଡ଼ଖଣ୍ଡ ଅଞ୍ଚଳର ବାସିନ୍ଦା। 

    ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ପାଇଁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯିବ। ଅପର ପକ୍ଷେ ଲୋକସଭା ନିର୍ବାଚନ ପୂର୍ବରୁ ଏତେ ସଂଖ୍ୟକ ମାଓବାଦୀଙ୍କ ଆତ୍ମସମର୍ପଣକୁ ପୁଲିସ ଅଧିକାରୀମାନେ ଏକ ବଡ଼ ସଫଳତା ବୋଲି କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ୟାତନା​ ଦିଆଯାଉଥିଲା ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ପ୍ରଧାନ କୋଡ଼ା(୪୫), ଚନ୍ଦ୍ର ମୋହନ (୨୯), ପାଗଲା ଗୋପ (୪୯), ଯୋଗେନ୍ କୋଡ଼ା (୪୪), ପେଲାଙ୍ଗ କୋଡା (୨୯), ସୋନୁ ଚାମ୍ପିଆ(୧୯), ରାମଯା ପୂର୍ତ୍ତି (୪୯), ସୋହନ ସିଂ ହେମ୍ବ୍ରମ (୨୪), ଡୋରନ ଚାମ୍ପିଆ(୨୩), ସୁଶିଲ ଚାମ୍ପିଆ(୫୦), ମଣି ଚାମ୍ପିଆ(୪୦), ଅମନ୍ ଚମ୍ପିଆ(୨୩), ଗଙ୍ଗା ରାମ (୧୯), ବାୟୋ କୋଡ଼ା (୪୬)ଙ୍କ ସମେତ ଜଣେ ନାବାଳକ ସାମିଲ ଅଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook