Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରଶାନ୍ତ ଜଗଦ୍ଦେବ ହଟହଟା

    Share on :
    ajab-Image
    Date: Apr 12, 2024    Views: 5140

    ଖୋର୍ଦ୍ଧା: ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ତୀବ୍ର ବିରୋଧ । ଟାଙ୍ଗୀ ବ୍ଲକ ଛଣଗିରି ଗାଁରେପ୍ରଚାରବେଳେ  ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ । ରାଲି ବେଳେ ପ୍ରଶାନ୍ତଙ୍କ ସହ ଗ୍ରାମବାସୀଙ୍କ ହାତାହାତି ହେବା ପରେ ଉଗ୍ର ରୂପ ନେଇଥିଲା ଅସନ୍ତୋଷ ।
    ପଚାରିଲେ ଅଞ୍ଚଳର ବିକାଶ ପାଇଁ ୫ ବର୍ଷ ଭିତରେ କରିଛ କଣ ? ତୀବ୍ର ବିରୋଧ ଯୋଗୁଁ ଅଧାରୁ ବନ୍ଦ କରି ପଳାଇଲେ ଅପରାଜିତା ଓ ପ୍ରଶାନ୍ତ । ଏପରିକି  ଅପମାନିତ ହେବା ପରେ ଦୃଶ୍ୟ ଭାଇରାଲ ହେବା ଭୟରେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଗଲେ ପ୍ରଶାନ୍ତ ଜଗଦ୍ଦେବ। ୨୦୨୨ ମସିହାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା। ଗାଡ଼ି ଧକ୍କାରେ ପୁଲିସଙ୍କ ସମେତ ୨୦ଜଣ ବିଜେପି ନେତା ଓ କର୍ମୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଅନ୍ୟପଟେ ଖୋର୍ଦ୍ଧାରେ ବିଧାନସଭା ଆସନ ପ୍ରାର୍ଥିତ୍ବ ହାସଲ ପାଇଁ ଗତ କିଛି ଦିନ ହେଲା ବିଜେପି ଦୁଇ ଫାଳ ହୋଇଯାଇଛି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ସାଂସଦ ପ୍ରାର୍ଥୀ ଅପରାଜିତା ପ୍ରମୋଟ କରୁଥିବାରୁ ଏହାର ତୀବ୍ର ବିରୋଧ କରି ବାରମ୍ବାର ଶକ୍ତି ପ୍ରଦର୍ଶନ କରିଆସୁଛନ୍ତି ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook