Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାଣି ଟାଙ୍କିରୁ ୩୦ ମାଙ୍କଡଙ୍କ ମୃତଦେହ ଉଦ୍ଧାର

    Share on :
    ajab-Image
    Date: Apr 4, 2024    Views: 5312

    ନୂଆଦିଲ୍ଲୀ:  ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର ଏକ ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଟାଙ୍କିରୁ ୨୦୦ରୁ ଅଧିକ ପରିବାର ପାଣି ବ୍ୟବହାର କରୁଥିଲେ। ସମସ୍ତଙ୍କ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

    ମୁନସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ନନ୍ଦିକୋଣ୍ଡା ପୌରପାଳିକା ଅନ୍ତର୍ଗତ ନାଗାର୍ଜୁନ ସାଗର ନିକଟରେ ଥିବା ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ବାହାର କରିଥିଲେ। ଏହି ପାଣି ଟାଙ୍କିଟି ହିଲ କଲୋନୀର ପ୍ରାୟ ୨୦୦ ପରିବାରକୁ ପାନୀୟ ଜଳ ଯୋଗାଇବା ପାଇଁ ଏହି ସ୍ଥାପନ କରାଯାଇଥିଲା । ମୁନସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ଏହା ଉପରେ ଏକ ଢାଙ୍କୁଣି ଦେଇଥିଲେ । ତେବେ ଅଧିକାରୀମାନଙ୍କ କହିବା ଅନୁସାରେ, ଅସହ୍ୟ ଉତ୍ତାପ ହେତୁ ମାଙ୍କଡମାନେ ପାଣି ପିଇବା ପାଇଁ ଢାଙ୍କୁଣି ବାହାର କରି ଟାଙ୍କି ଭିତରକୁ ପ୍ରବେଶ କରିଥାଇ ପାରନ୍ତି । କିନ୍ତୁ ବାହାରକୁ ନବାହାରି ପାରି ସେଠାରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି ।ଏତେ ସଂଖ୍ୟକ ମାଙ୍କଡ଼ଙ୍କ ମୃତଦେହ ପାଣି ଟାଙ୍କି ଭିତରୁ ଉଦ୍ଧାର କରାଯିବା ପରେ ସେହି ଅଞ୍ଚଳର ବାସିନ୍ଦା ଯେଉଁମାନେ ସେହି ଟାଙ୍କି ପାଣିକୁ ବ୍ୟବହାର କରୁଥିଲେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ମାଙ୍କଡମାନେ ୧୦ ଦିନ ପୂର୍ବରୁ ମରିଥିବା ନେଇ ସନ୍ଦେହ କରାଯାଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook