Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

    Share on :
    ajab-Image
    Date: Apr 4, 2024    Views: 7614

    ଭୁବନେଶ୍ବର: ନିର୍ବାଚନ ହାରିବା ଜାଣି ଟଙ୍କା ବାଣ୍ଟିବା ଆରମ୍ଭ କରିଛି ବିଜେଡି । ସେହିପରି ଯୁବକଙ୍କୁ ଆକର୍ଷିତ କରିବାକୁ ସରକାର ନୂଆଓ କାର୍ଡ ବାଣ୍ଟୁଥିବା ଅଭିଯୋଗ କରିଛି ବିଜେପି । ସେହିପରି ପଇସା ଓ ବଳ ଦେଖାଇ ଶାସନକୁ ଆସିବାକୁ ପ୍ରୟାସ କରୁଛି ବିଜେଡି । ମହିଳାଙ୍କୁ ଦଳରେ ମିଶାଇ ଶାଢ଼ୀ ବାଣ୍ଟୁଛନ୍ତି ବିଜେଡି ବିଧାୟାକ ନୃସିଂହ ସାହୁ । ଏନେଇ ତାଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବିରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।
    ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ ହାରିବା ଜାଣି ଟଙ୍କା ବାଣ୍ଟିବା ଆରମ୍ଭ କରିଛି ବିଜେଡି । ସେହିପରି ଯୁବକଙ୍କୁ ଆକର୍ଷିତ କରିବାକୁ ନୂଆଓ କାର୍ଡ ବାଣ୍ଟୁଛନ୍ତି ସରକାର । ସେଥିରେ ବିଜେଡିର ଶଙ୍ଖ ଲୋଗୋ ରହିଛି । ବିଜୁ ଛାତ୍ର ଜନତା ଦଳ ସବୁ କଲେଜରେ କାର୍ୟ୍ୟକ୍ରମ ଆୟୋଜନ କରୁଛି । ସେହି କାର୍ୟ୍ୟକ୍ରମରେ ସରକାରୀ ଅଧିକାରୀ ବି ରହୁଛନ୍ତି । ଯାହା ଆଦର୍ଶ ଆଚରଣବିଧିର ଖୋଲା ଖୋଲି ଉଲ୍ଲଙ୍ଘନ । ତେଣୁ ଏହି ୨ଟି ପ୍ରସଙ୍ଗରେ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ କାର୍ୟ୍ୟାନୁଷ୍ଠାନ ଦାବି କରିଛି ଦଳ ।
    ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି ଯେ,ବିଜୁ ଜନତା ଦଳ ପ୍ରତି ଓଡିଶାବାସୀ ବିମୁଖ ହେଉଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ କେହି ଭୋଟ ଦେବେନି ଏବଂ ଗାଦିଚ୍ୟୁତ କରିବେ ବୋଲି ସ୍ପଷ୍ଟ ହୋଇଗଲାଣି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡି ପାଖରେ କେବଳ ଅର୍ଥ ବଳ ହିଁ ରହିଯାଇଛି । 
    ତେବେ ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣବିଧି ଉଲ୍ଲଘଂନ । ପ୍ରସଙ୍ଗରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ୟ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook