Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରୀ କର୍ମଚାରୀଙ୍କୁ ୨ଦିନ ସ୍ୱତନ୍ତ୍ର ସାମୟିକ ଛୁଟି

    Share on :
    ajab-Image
    Date: Apr 3, 2024    Views: 7542

    ଭୁବନେଶ୍ୱର: ରାଜ୍ୟରେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ୟ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଏହାସହିତ ନିଜ ହେଡକ୍ୱାର୍ଟରଠୁ ଦୂର ସ୍ଥାନରେ ଭୋଟ୍ ଦେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ୨ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଆଜି ଏନେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

    ସୂଚନା ଅନୁସାରେ ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ହେବେ ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ ।  ସେମାନେ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ପାଉଥିବା କାଜୁଆଲ ଲିଭ୍ ଓ ସ୍ପେଶାଲ ସିଏଲ୍ ବ୍ୟତୀତ ଏହି ସାମୟିକ ଛୁଟି ପାଇବେ ।ସେହିପରି ଯେଉଁ ସରକାରୀ କର୍ମଚାରୀମାନେ ଭୋଟ୍ ଦେବା ପାଇଁ ଦୂରସ୍ଥାନକୁ ଯିବେ(ନିଜ ହେଡକ୍ୱାର୍ଟରଠୁ ଦୂର) ସେମାନଙ୍କୁ ସର୍ବାଧିକ ଦୁଇଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ରାଜ୍ୟରେ ମେ’ ୧୩,୨୦,୨୫ ଓ ଜୁନ୍ ୧ ତାରିଖରେ ୪ଟି ପର୍ୟ୍ୟାୟରେ ମତଦାନ ହେଉଛି । ମତଦାନ ଦିନ ନିର୍ବାଚନମଣ୍ଡଳୀ ଅଚଂଳରେ ସରକାରୀ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଯେଉଁ ସରକାରୀ କର୍ମଚାରୀମାନଙ୍କୁ ନିଜ କର୍ମସ୍ଥଳୀଠୁ ଭୋଟ୍ ଦେବା ପାଇଁ ଦୂରକୁ ଯିବାକୁ ପଡ଼ିବ ସେମାନଙ୍କୁ ଆବଶ୍ୟକ ସ୍ଥଳେ ଦୁଇଦିନ(ଭୋଟଗ୍ରହଣର ପୂର୍ବତନ ଓ ଭୋଟଗ୍ରହଣର ପରଦିନ) ସାମୟିକ ସ୍ୱତନ୍ତ୍ର ଛୁଟି ମିଳିବ । ଏହି ୨ଦିନ ଛୁଟି ସେମାନଙ୍କର ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ମିଳୁଥିବା କାଜୁଆଲ ଲିଭ୍ ଓ ସ୍ପେଶାଲ ସିଏଲକୁ ପ୍ରଭାବିତ କରିବ ନାହିଁ ବୋଲି ଜଣାପଡ଼ିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook