ମୁଖ୍ୟ ଖବର
ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଖୁବ ପବିତ୍ର ମାସ କୁହାଯାଏ । ମାନ୍ୟତା ଅନୁଯାୟୀ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । କାର୍ତ୍ତିକ ମାସରେ ଏଭଳି କେତେକ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ । ଅନେକ ବିବାହରେ ବିଳମ୍ବ ହେଉଥିବା ଦେଖାଯାଏ । ବିବାହରେ ବିଳମ୍ବ ହେଉଥିଲେ କିମ୍ବା ବାଧା ଲାଗି ରହୁଥିଲେ ଏହି ଉପାୟ ଆପଣାନ୍ତୁ..
କାର୍ତ୍ତିକ ମାସରେ କରାଯାଉଥିବା ଏହି ଉପାୟ ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହେବା ସହ ଜାତକରେ ଥିବା ଅନ୍ୟ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ । ଜାଣନ୍ତୁ..
ଶୁକ୍ଳପକ୍ଷର ପଂଚମୀ ଠାରୁ ଏକାଦଶୀ ପର୍ଯ୍ୟନ୍ତ ଭୋର ସମୟରେ ଶେଯ ତ୍ୟାଗ କରନ୍ତୁ । ଏହାପରେ ସ୍ନାନ କରି ଲାଲ ରଙ୍ଗର କପଡା ଚକି ଉପରେ ପକାଇ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ । ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ କିମ୍ବା ଶୁଣନ୍ତୁ ।
ମଙ୍ଗଳ ଦୋଷକୁ ଦୂର କରିବା ପାଇଁ କାର୍ତ୍ତିକମାସରେ ମଙ୍ଗଳବାରରେ ଶିବଲିଙ୍ଗରେ ପୂଜାରୀଙ୍କ ଦ୍ୱାରା ଗଙ୍ଗାଜଳ,କଂଚା କ୍ଷୀର,ମିଶ୍ରି ଓ ଗୋଲାପ ଜଳ ଅର୍ପଣ କରନ୍ତୁ । ଜାତକରେ ପିତୃଦୋଷ କାରଣରୁ ବିବାହରେ ବିଳମ୍ବ ହୋଇଥାଏ । କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ପତ୍ରରେ ଦୀପ ରଖି ଏହାକୁ ନଦୀରେ ଭସାଇ ଦିଅନ୍ତୁ । କାର୍ତ୍ତିକ ମାସରେ ସୂର୍ଯେ୍ୟାଦୟ ପୂର୍ବରୁ ଉଠନ୍ତୁ । ସ୍ନାନ କରନ୍ତୁ । ଏହାପରେ ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ । ମାତ୍ର ରବିବାର ଦିନ ଜଳ ଅର୍ପଣ କରନ୍ତୁ ନାହିଁ । କାର୍ତ୍ତିକ ମାସରେ ତୁଳସୀଙ୍କ ବିବାହ କରାଯିବାର ମାନ୍ୟତା ରହିଛି । ତୁଳସୀଙ୍କୁ ଲାଲ ରଙ୍ଗର ବସ୍ତ୍ର,ଓଢଣୀ ଅର୍ପଣ କରିବା ସହ ଶାଳଗ୍ରାମଙ୍କ ପୂଜା କରନ୍ତୁ ।
Comments ସମସ୍ତ ମତାମତ 0