ମୁଖ୍ୟ ଖବର
ଉଚ୍ଚ ଶବ୍ଦ ସଂପନ୍ନ ବାଣ ମାଣି ଦେଶର ଅନେକ ସ୍ଥାନର ଲୋକମାନେ ଉଭୟ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବେଳେ ତାମିଲନାଡୁରର ୭ଟି ଗାଁ ଏକ ନିଆରା ଉଦାହାରରଣ ସୃଷ୍ଟି କରିଛନ୍ତି। ସେମାନେ ପକ୍ଷୀମାନଙ୍କ ବିଷୟରେ ଚିନ୍ତା କରି ଶବ୍ଦ ପ୍ରଦୂଷଣକୁ ପୂରାପୂରି ନାଁ କରି ଦେଇଛନ୍ତି। ଏହି ଗ୍ରାମବାସୀମାନେ କୌଣସି ଶବ୍ଦ ପ୍ରଦୂଷଣ କରିବା ଭଳି ବାଣ ନଫୁଟାଇ ଦୀପ ଜାଳି ନୀରବ ଦୀପାବଳି ପାଳନ କରିଛନ୍ତି। ଗ୍ରାମଗୁଡିକ ଭଦାମୁଗାମ ଭେଲୋଡ ଚାରିପାଖରେ ଅବସ୍ଥିତ। ଯାହାକି ଏରୋଡ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ। ସେଠାରେ ଏକ ପକ୍ଷୀ ଅଭୟାରଣ୍ୟ ରହିଥିବାରୁ ଗାଁ ଲୋକେ ଶବ୍ଦ ପ୍ରଦୂଷଣ ପ୍ରତି ଯଥେଷ୍ଟ ସଚେତନତା ଅବଲମ୍ବନ କରିଛନ୍ତି।
ଅକ୍ଟୋବରରୁ ଜାନୁଆରି ମାସ ମଧ୍ୟରେ ହଜାର ହଜାର ସ୍ଥାନୀୟ ପକ୍ଷୀ ଓ ସ୍ଥାନାନ୍ତରିତ ପକ୍ଷୀମାନେ ଏହି ଅଭୟାରଣ୍ୟକୁ ଅଣ୍ଡା ଦେବାକୁ ଆସିଥାନ୍ତି। ଏହି ସମୟ ମଧ୍ୟରେ ଦୀପାବଳି ପଡୁଥିବା କାରଣରୁ ବାଣ ଶବ୍ଦରେ ପକ୍ଷୀମାନେ ବହୁଳ ମାତ୍ରାରେ ପ୍ରଭାବିତ ହୁଅନ୍ତି। ତେଣୁ, ସେଠାରେ ପ୍ରାୟ ୯୦୦ରୁ ଅଧିକ ପରିବାର ରହୁଥିବା ବେଳେ ସେମାନେ ପକ୍ଷୀମାନଙ୍କ ପ୍ରତି ଏପରି ଏକ ସୁନ୍ଦର ତ୍ୟାଗ କରି ଆସୁଛନ୍ତି। ପକ୍ଷୀମାନଙ୍କୁ ଭୟଭୀତ ନକରାଇ ଶାନ୍ତିରେ ଟିକେ ବଞ୍ଚାଇବାକୁ ଦେବା ଉଦ୍ଦେଶ୍ୟ ରଖି ସେମାନେ ବାଣ ନଫୁଟାଇ କେବଳ ଆଲୋକରେ ଦୀପାବଳି ମନାଉଛନ୍ତି।
ସେଠାକାର ଗ୍ରାମବାସୀ ଗତ ୨୨ ବର୍ଷ ଧରି ଏହି ପଦ୍ଧତି ଅନୁସରଣ କରୁଛନ୍ତି। ସେମାନଙ୍କ କହିବା କଥା ହେଲା କି ଦୀପାବଳିରେ ସେମାନେ ନିଜ ପିଲାଙ୍କୁ ନୂଆ ପୋଷାକ ପିନ୍ଧାଇ କେବଳ ଝରି ବାଣ ଫୁଟାଇବାକୁ ଅନୁମତି ଦେଇଥାନ୍ତି। କେହି ବି ସେଠାରେ ଉଚ୍ଚ ଶବ୍ଦ କରୁଥିବା ବାଣ ଫୁଟାନ୍ତି ନାହିଁ।
Comments ସମସ୍ତ ମତାମତ 0