Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କାଲିଫର୍ନିଆରେ ହିମସ୍ଖଳନ ତାଣ୍ଡବ, ୮ ମୃତ

    Share on :
    ajab-Image
    Date: Feb 19, 2026    Views: 2921

    କାଲିଫର୍ନିଆ: ଆମେରିକାର କାଲିଫର୍ନିଆରେ ତୁଷାରଝଡ଼ ଏବଂ ହିମସ୍ଖଳନ ତାଣ୍ଡବ ରଚାଇଛି। ପୁଲିସ ସୂଚନା ଅନୁଯାୟୀ, ଟାହୋ ଅଞ୍ଚଳର କାସଲ ପିକରେ ଏକ ବିଶାଳ ହିମସ୍ଖଳନ ପରେ ନିଖୋଜ ନଅ ଜଣ ସ୍କିଅରଙ୍କ ମଧ୍ୟରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଜଣେ ବ୍ୟକ୍ତି ଏପର୍ୟ୍ୟନ୍ତ ନିଖୋଜ ଅଛନ୍ତି। ନେଭାଡା କାଉଣ୍ଟି ସେରିଫ୍ ଶାନନ୍ ମୁନ୍ ଏହି ଦୁଃଖଦ ଘଟଣା ନିଶ୍ଚିତ କରି କହିଛନ୍ତି, ଉଦ୍ଧାର ଦଳଗୁଡ଼ିକ ନିଷ୍ଠାର ସହିତ କାର୍ୟ୍ୟ କରୁଛନ୍ତି। କିନ୍ତୁ ଆଠ ଜଣ ସଦସ୍ୟଙ୍କ ମୃତ୍ୟୁ ଏକ ବଡ଼ ଦୁଃଖଦ ଘଟଣା। ଆମେ ଏପର୍ୟ୍ୟନ୍ତ ଜଣେ ନିଖୋଜ ସଦସ୍ୟଙ୍କୁ ଖୋଜୁଛୁ ଏବଂ ତାଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook