Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ମାଣ୍ଡିଆ ଦିବସ

    Share on :
    ajab-Image
    Date: Nov 10, 2023    Views: 4956

    ଭୁବନେଶ୍ୱର: ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ୨୦୨୨ ମସିହା ମାର୍ଗଶୀର ମାସର ପ୍ରଥମ ଗୁରୁବାର(ନଭେମ୍ବର ୧୦ ତାରିଖ)କୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ ଆରମ୍ଭ କରିଥିଲେ। ଏହାକୁ ସମ୍ମାନ ଜଣାଇ ସାରା ଓଡ଼ିଶାରେ ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‌ର ପ୍ରଚାରପ୍ରସାର ତଥା ଖାଦ୍ୟ ଥାଳିରେ ଲଘୁଶସ୍ୟକୁ ସାମିଲ କରିବା ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍‌ ମିଶନ୍’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ବାରା ରାଜ୍ୟର ୧୯ଟି ଜିଲ୍ଲାରେ ଏହା କାର୍ୟ୍ୟକାରୀ ହୋଇଛି।
    ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମିଲେଟ୍ ଉତ୍ପାଦନ ତଥା ବ୍ୟବହାର ପାଇଁ ପ୍ରଚାରପ୍ରସାର କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଏଥିରେ ମାଣ୍ଡିଆରୁ ପ୍ରସ୍ତୁତ ସୁଆଦିଆ ଖାଦ୍ୟ ପ୍ରତି ରାଜ୍ୟ ତଥା ଦେଶ ବିଦେଶରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ପଦକ୍ଷେପ ନିଆଯାଉଛି।  ହିତକର ଶସ୍ୟ ମାଣ୍ଡିଆର ବହୁଳ ଉତ୍ପାଦନ ଓ ପ୍ରସାରକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି ।  ଜାତିସଂଘ ଦ୍ବାରା ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook