Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ :ବିଏସଏଫ ଯବାନ ଶହୀଦ

    Share on :
    ajab-Image
    Date: Nov 9, 2023    Views: 4638

    ଶ୍ରୀନଗର: ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ପାକିସ୍ତାନୀ ରେଞ୍ଜର୍ସ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି । ବୁଧବାର ମଧ୍ୟରାତ୍ରିରେ ସାମ୍ବା ରାମଗଡ ସେକ୍ଟର ଠାରେ ପାକ୍ ରେଞ୍ଜରମାନେ ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ପ୍ରବଳ ଗୁଳିମାଡ଼ କରିଛନ୍ତି । ଏଥିରେ ଜଣେ ବିଏସଏଫ ଯବାନ ଶହୀଦ ହୋଇଯାଇଛନ୍ତି । ଗୁଳିମାଡରେ ଯବାନ ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଗତ ୨୪ ଦିନ ମଧ୍ୟରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନର ଏହା ତୃତୀୟ ଘଟଣା ।
    ସାମ୍ବ ଜିଲ୍ଲା ରାମଗଡ ସେକ୍ଟର ଅନ୍ତର୍ଗତ ଅନ୍ତର୍ଜାତୀୟ ବର୍ଡର ନିକଟରେ ପାକିସ୍ତାନୀ ରେଞ୍ଜର୍ସ ବର୍ଡର ଆଉଟପୋଷ୍ଟ ଗୁଡିକୁ ଟାର୍ଗେଟ କରି ଅତର୍କିତ ଗୁଳିମାଡ଼ କରିଥିଲେ । ସେଠାରେ ମୁତୟନ ଥିବା ଜଣେ ବିଏସଏଫ ଯବାନଙ୍କ ଦେହରେ ଏହି ଗୁଳି ବାଜିଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଯବାନଙ୍କୁ ଜମ୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶହୀଦ ହୋଇଯାଇଛନ୍ତି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook