Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପ୍ରକୃତିର ରାଣୀ ଦାରିଙ୍ଗବାଡ଼ି

    Share on :
    ajab-Image
    Date: Nov 8, 2023    Views: 4829

    କନ୍ଧମାଳର ପ୍ରକୃତି ବେଶ ମନୋରମ । ଜିଲ୍ଲାର ପରିବେଶ ଓ ପ୍ରକୃତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକ କନ୍ଧମାଳକୁ ଆସିଥାଆନ୍ତି । ଶୀତ ଦିନ ଆସିଲେ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗେ । ଏକ ପ୍ରକାର କହିଲେ କନ୍ଧମାଳ ଶୀତ ଲୋକଙ୍କୁ ଦେଉଛି ରୋଜଗାର । ବର୍ଷର ତିନି ମାସ ନଭେମ୍ୱର, ଡିସେମ୍ୱର ଓ ଜାନୁୟାରୀ ମାସ ପର୍ଯ୍ୟନ୍ତ କନ୍ଧମାଳକୁ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଅଧିକ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଜିଲ୍ଲାର ଆର୍ଥିକ ସ୍ଥିତି ସ୍ୱଛଳ ହୋଇପାରୁଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଜିଲ୍ଲାର ପରିଚୟ ରାଜ୍ୟ ଏବଂ ରାଜ୍ୟ ବାହାରେ ବେଶ ଜଣାଶୁଣା । ଦାରିଙ୍ଗବାଡିକୁ ବର୍ଷ ତମାମ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି ।

    ଦାରିଙ୍ଗବାଡିର କଫି ଗାର୍ଡେନ, ହିଲ ପଏଂଟ, ପାଇନ ଫରେଷ୍ଟ, ଓ ସନସେଟ ପଏଂଟ, ଦାରିଙ୍ଗ୍ବାଡି ଜଳପ୍ରପାତ ଭଳି ରହିଛି ବହୁ ପର୍ଯ୍ୟଟନ ସ୍ଥଳୀ । ହିଲ ପଏଂଟରୁ ତୁଷାରପାତ ଅନୁଭବ କରିବା ଓ ପାଇନ ଜଙ୍ଗଲରେ ଶୀତୁଆ ସକାଳରେ ଟିକେ ବୁଲି ଆସିବା ବେଶ ରୋମାଂଚକ । ଜିଲ୍ଲାକୁ ଶୀତ ପ୍ରବେଶ କରିବା କ୍ଷଣୀ ଆଗମନ ହୁଏ ଦେଶ ବିଦେଶର ପର୍ଯ୍ୟଟକ । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ରେ ରହିଛି ନାମିଦାମୀ ହଟେଲ ସହ ବହୁ ପର୍ଯ୍ୟଟନ ସ୍ଥଳୀ । ଉକ୍ତ ଅଂଚଳ ଆଦିବାସୀଙ୍କ ଜଙ୍ଗଲଯାତ ଦ୍ରବ୍ୟ ସହ ବହୁ ଆଦିବାସୀ ଘରୋଇ ଉପକରଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳେ । ଜିଲ୍ଲାର ଅନ୍ୟାନ୍ୟ ସ୍ଥଳୀ ଗୁଡିକକୁ ମଧ୍ୟ ପର୍ଯ୍ୟଟକ ସୁଅ ଛୁଟୁଥିବାରୁ ଲୋକଙ୍କୁ ମିଳିପାରିଛି ରୋଜଗାର ଓ ସେମାନେ ହୋଇ ପାରିଛନ୍ତି ଆର୍ଥିକ ସ୍ୱଛଳ । ରାଜ୍ୟ ସରକାର ଚଳିତ ବର୍ଷ କନ୍ଧମାଳ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ସ୍ଥାନର ଗନ୍ତବ୍ୟସ୍ଥଳର ଭିତ୍ତିିଭୂମି ବିକାଶ ପାଇଁ ସମୁଦାୟ ୬ କୋଟି ୪୮ ଲକ୍ଷ ୨ହଜାର ଟଙ୍କା ମଞ୍ଜୁର କରିଛନ୍ତି ।  

    Maximum 500 characters

    ବିଶେଷ View all

    Find Us on Facebook