ମୁଖ୍ୟ ଖବର
ନୂଆଦିଲ୍ଲୀ :ସୋମବାର ସନ୍ଧ୍ୟା୪ଟା ସମୟରେ ଦିଲ୍ଲୀ-ଏନସିଆରରେ ହଠାତ୍ ଭୂକମ୍ପ ଅନୁଭୂତ ହୋଇଥିଲା । ତିନି ତିନ ଭିତରେ ଏହା ଦ୍ୱିତୀୟ ଥର ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ମାତ୍ର ୩୦ ସେକେଣ୍ଡରେ ଦୁଇଥର ଭୂକମ୍ପ ହୋଇଥିଲା । ନୋଏଡା ଏବଂ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଜୁମଲା ଅଞ୍ଚଳ ଏବଂ ଭୂକମ୍ପର ତୀବ୍ରତା ୫.୩ ବୋଲି କୁହାଯାଉଛି । ଭୂକମ୍ପ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ ହେଉଛି: ନେପାଳ, ଭାରତ ଏବଂ ଚୀନ୍ । ନେପାଳଠାରୁ ୬ କିଲୋମିଟର ଦୂରରେ ଥିବା ପେଙ୍କରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିଲା ।
Comments ସମସ୍ତ ମତାମତ 0