Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କାର୍ତ୍ତିକ ମାସ ସୋମବାର

    Share on :
    ajab-Image
    Date: Nov 6, 2023    Views: 4657

    କାର୍ତ୍ତିକ ମାସ ସୋମବାର ଦିନ ଟି ଆମ ହିନ୍ଦୁ ଧର୍ମରେ ଖୁବ୍ ମହତ୍ୱ ରହିଛି  । ଏହି ମାସରେ ଅନେକ ଲୋକ ହବିଷ କରନ୍ତି , କାରଣ ଏହି ମାସଟି ଗୋଟିଏ ପବିତ୍ର ମାସ ବୋଲି ସ୍କନ୍ଦ ପୁରାଣ ଓ ବିଷ୍ଣୁ ପୁରାଣ ରେ ବର୍ଣ୍ଣିତ ହୋଇଛି  । ତେଣୁ ଏହି ମାସରେ ଅନେକ ଧର୍ମ କାର୍ଯ୍ୟ କରିବା ପାଇଁ କୁହାଯାଇଥାଏ  । ଶୈବ ପୁରାଣ ଅନୁସାରେ କାର୍ତ୍ତିକ ମାସ ସୋମବାର ଦିନ ଶିବ ମନ୍ଦିର ରେ ଜଳ ଅର୍ପଣ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇ ଜୀବନରୁ ଶାରିରୀକ ଯନ୍ତ୍ରଣା ଓ ରୋଗ ବୈରାଗ୍ୟ ଦୂରେଇ ଯାଇଥାଏ  । ସୋମବାର ଦିନ ମହାଦେବଙ୍କୁ ହଳଦୀ ପାଣି ରେ ସ୍ନାନ କରାଇଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । କାରଣ ହଳଦୀ କୁ ଶୁଭ ସଂକେତ ଭାବରେ ଗ୍ରହଣ କରାଯାଏ  । ତା ସହିତ ବିବାହ ବିଳମ୍ବିତ ହେଉ ଥିଲେ ସେଥିରେ ମଧ୍ୟ ସଫଳତା ମିଳିଥାଏ  ।

    ଆମ ହିନ୍ଦୁ ଧର୍ମରେ କାର୍ତ୍ତିକମାସକୁ ଗୁରୁତ୍ୱ ଦିଆଯିବାର କାରଣ ହେଲା, ଏହି ମାସରେ ପୁଣ୍ୟ ଅର୍ଜନ କରି ପାପ କ୍ଷୟ କରାଯାଏ  । ତେଣୁ ଏହି ମାସରେ ଋଗ୍ଣ ବ୍ୟକ୍ତିଙ୍କ ସେବା ଶୁଶ୍ରୁଷା କଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ  । ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ପିତାମାତା ହେଉଛନ୍ତି ଚଳନ୍ତି ଠାକୁର, ତେଣୁ ଏହି ମାସରେ ପୁଣ୍ୟ ଅର୍ଜନ କରିବା ଲାଗି ପିତାମାତା ଓ ଗୁରୁଜନଙ୍କ ସେବା ଶୁଶ୍ରୁଷା କରିବା ଉଚିତ୍  । କାର୍ତ୍ତିକ ମାସ ରେ ବିଶେଷ ଭାବରେ ଜୀବଜନ୍ତୁ ଙ୍କ ସେବା ଶୁଶ୍ରୁଷା କଲେ ମଣିଷ ର ପାପ କ୍ଷୟ ହୋଇଥାଏ  । ନିଜ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ମାସ ସାରା ଷଣ୍ଡକୁ ଚାଉଳ ଓ କଦଳୀ ଖାଇବାକୁ ଦିଅନ୍ତୁ  । ଏହାଦ୍ୱାରା ଜୀବନରୁ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ । ବିବାହରେ ବିଳମ୍ବିତ ହେଉଥିଲେ କାର୍ତ୍ତିକମାସ ସୋମବାର ଦିନ ଅବିବାହିତା କନ୍ୟା ଓ ପୁରୁଷ ଶିବଙ୍କ ନିକଟରେ ଶିବ ଚାଳିଶା ପାଠ କରନ୍ତୁ ଏବଂ ଶିବଙ୍କୁ ଧ୍ୟାନ କରନ୍ତୁ  ।  

    Maximum 500 characters

    ବିଶେଷ View all

    Find Us on Facebook