ମୁଖ୍ୟ ଖବର
ଭୁବନେଶ୍ବର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ। ଶ୍ରୀ ମହାନ୍ତିଙ୍କ ଅବସ୍ଥା ଗମ୍ଭୀର ରହିଛି ବୋଲି ହସ୍ପିଟାଲ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୬ଟାରେ ଜାରି ହୋଇଥିବା ବୁଲେଟିନ୍ରେ କୁହାଯାଇଛି। ହସ୍ପିଟାଲର ଡାକ୍ତରୀ ଟିମ୍ ନିୟମିତ ବ୍ୟବଧାନରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରୁଛନ୍ତି। ଡାକ୍ତରୀ ଟିମ୍ର ପ୍ରୟାସ ସତ୍ତ୍ବେ ଶ୍ରୀ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବାକୁ ନେତା, ମନ୍ତ୍ରୀମାନେ ହସ୍ପିଟାଲକୁ ଯାଉଛନ୍ତି। ଶୁକ୍ରବାର ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ବର ଜିଲା ବିଜେଡି ସଭାପତି ସୁଶାନ୍ତ ରାଉତ, ଶ୍ରୀମୟୀ ମିଶ୍ର ପ୍ରମୁଖ ହସ୍ପିଟାଲରେ ପହଞ୍ଚି ମହେଶ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
Comments ସମସ୍ତ ମତାମତ 0