ମୁଖ୍ୟ ଖବର
ନୂଆପଡ଼ା: ମହିଳାଙ୍କୁ ଖାଇଲା ବାଘ। ମୃତା ହେଲେ ରାମେଶ୍ରୀ ମାଝୀ(୪୫)। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ ସିରିଆରିବାହାର ଗ୍ରାମରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା। ଗତକାଲି ସେ ଶୌଚ ହେବା ଲାଗି ଘର ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଘରଲୋକେ ତାଙ୍କୁ ଖୋଜି ବି ପାଇନଥିଲେ। ଆଜି ସକାଳେ ରାମେଶ୍ରୀଙ୍କୁ ବାଘ ଖାଉଥିବାର ଦେଖିବାକୁ ପାଇଥିଲେ। ଲୋକେ ବାଘକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ହେଲେ ବାଘ ପାଲଟା ସେମାନଙ୍କୁ ଆକ୍ରମଣ କରିବାରୁ ସେମାନେ ଭୟରେ ପଳାଇ ଆସିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କିଛି ଦିନତଳେ ୬ ବର୍ଷର ନାବାଳକକୁ ମାରିଥିଲା। ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଥିଲେ।
Comments ସମସ୍ତ ମତାମତ 0