Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବିବାହରେ ବିଳମ୍ବ ହେଉଛି କି ? ତେବେ କଦଳୀ ଗଛ ମୂଳେ କରନ୍ତୁ ଏହି ପୂଜା

    Share on :
    ajab-Image
    Date: Oct 2, 2023    Views: 4028

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ ପାଇଁ ବୃହଷ୍ପତି ଗ୍ରହଙ୍କ ଅନୁକୂଳ ସ୍ଥିତି ନିତାନ୍ତ ଜରୁରୀ । ଯାହାର କୁଣ୍ଡଳୀରେ ବୃହଷ୍ପତି ଅଶୁଭ ସ୍ଥାନରେ ରହିଥାନ୍ତି ସେମାନଙ୍କର ବିବାହରେ ବହୁତ ସମସ୍ୟା ଉପୁଜିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହଷ୍ପତି ଗ୍ରହଙ୍କ ଦୋଷକୁ ଦୂର କରିବା ପାଇଁ କେତେକ ଉପାୟ ରହିଛି । ଏହି ଉପାୟ ଯଦି ଗୁରୁ ପୁଷ୍ୟର ଶୁଭ ମୁହୂର୍ତ୍ତରେ କରାଯିବ ତେବେ ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ । ତେବେ ଏହିସବୁ ଉପାୟ କରନ୍ତୁ ।

    ଉପାୟ :
    ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦିଆ କପଡା ରଖି ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଯଦି ଏହା ସମ୍ଭବପର ନୁହେଁ ତେବେ କଦଳୀ ପତ୍ରରେ ମଧ୍ୟ ଉଭୟ ଭଗବାନଙ୍କ ପ୍ରତିମା ସ୍ଥାପିତ କରିପାରିବେ ।
    ଗାଈ କ୍ଷୀରରେ ବୃହସ୍ପତି ଓବିଷ୍ଣୁଙ୍କ ଅଭିଷେକ କରି ହଳଦିଆ ଫୁଲ, ହଳଦିଆ ଚନ୍ଦନ, ଗୁଡ, ଚଣାଡାଲି, ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ।
    ଭଗବାନଙ୍କୁ ପ୍ରସାଦରେ ହଳଦିଆ ରନ୍ଧାଖାଦ୍ୟ ଏବଂ ହଳଦିଆ ଫଳ ଅର୍ପଣ କରନ୍ତୁ ।
    ଏହିଭଳି ପୂଜା କରିବା ପରେ ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ଆରତି ଗାଈର ଶୁଦ୍ଧ ଘିଅରେ ଦୀପ ଲଗାଇ କରନ୍ତୁ ।
    ଏହିଭଳି ଗୁରୁ ପୁଷ୍ୟ ଯୋଗରେ ପୂଜା କରିବା ଦ୍ବାରା ଗୁରୁର ଅଶୁଭ ପ୍ରଭାବ ଟଳିଥାଏ ଏବଂ ଶୁଭ ଫଳ ମିଳିବାକୁ ଲାଗିଥାଏ । ଏହାସହ ବିବାହର ଯୋଗ ମଧ୍ୟ ପଡିବାକୁ ଲାଗିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook