Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

    Share on :
    ajab-Image
    Date: Oct 2, 2023    Views: 3295

    ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଆରମ୍ଭ କରିବ  ଜନସମ୍ପର୍କ ପଦଯାତ୍ରା । ରାଜଧାନୀର ବଡ଼ଗଡ଼ କଳିଙ୍ଗ  ବିଜୁ ଆଦର୍ଶ କଲୋନୀରେ ପଦଯାତ୍ରା କରି ଏହି ମେଗା  ଅଭିଯାନର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ  ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦଯାତ୍ରା  ପରେ ବଡ଼ଗଡ଼ ଖେଳପଡ଼ିଆରେ ଆୟୋଜିତ ବିଶାଳ  ସମାବେଶକୁ ସେ ସମ୍ବୋଧିତ କରିବେ ।  
    ପଦଯାତ୍ରା ମାଧ୍ୟମରେ ପ୍ରତି ପରିବାର  ପହଞ୍ଚିବାକୁ ଦଳ ଲକ୍ଷ୍ୟ ରଖିଛି । ପଦଯାତ୍ରା କରି  ରାଜ୍ୟ ସରକାରଙ୍କ ବିକାଶମୂଳକ କାମ ସମ୍ପର୍କରେ  ଲୋକଙ୍କୁ ବୁଝାଇବେ । ସବୁ ନିର୍ବାଚନ ମଣ୍ଡଳୀରେ  ପଦଯାତ୍ରା ସହ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟ  ସାମାଜିକ କାର୍ୟ୍ୟକ୍ରମ ହେବ । ଜୟପ୍ରକାଶ ନାରାୟଣଙ୍କ  ଜୟନ୍ତୀ ଯାଏ ପଦଯାତ୍ରା ଚାଲିବ । ଅକ୍ଟୋବର ୨ରୁ  ଡିସେମ୍ବର ୨୬ ଯାଏ ବିଜେଡି ପକ୍ଷରୁ ଜନସମ୍ପର୍କ  ପଦଯାତ୍ରା କରାଯିବ । ପଦଯାତ୍ରା ସମୟରେ ଅକ୍ଟୋବର  ୨ରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ  ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ  ଦାସଙ୍କ ଜୟନ୍ତୀ, ଅକ୍ଟୋବର ୧୧ରେ ଲୋକନାୟକ  ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ କରାଯିବ ।  ପ୍ରତି ନିର୍ବାଚନମଣ୍ଡଳୀରେ ଏହା ପାଳନ ହେବ ।  

    Maximum 500 characters

    ତାଜା ଖବର View all

    Find Us on Facebook