Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍କ୍ରବ୍ ଟାଇଫସରେ ଆଉ ଜଣେ ରୋଗୀ ମୃତ

    Share on :
    ajab-Image
    Date: Oct 1, 2023    Views: 3412

    ବରଗଡ: ବରଗଡରେ ସ୍କ୍ରବ୍ ଟାଇଫସରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ମୃତକ ହେଲେ ସୋହେଲା ଅଞ୍ଚଳର ୪୮ବର୍ଷୀୟ ବ୍ୟକ୍ତି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ନେଇ ବରଗଡ ଡିପିଏଚଓଙ୍କ ସୂଚନା । ବରଗଡ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏଣେ ବରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସ୍ଥିତି ନେଇ ପ୍ରଥମେ ବୁର୍ଲା ଭିମସାରର ଏକ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗର ଟିମ୍ ଆସି ଏହାର କାରଣ ଓ ନିରାକରଣ ବିଷୟରେ ପଚାରି ବୁଝିଥିଲେ । ଏବେ କେନ୍ଦ୍ରୀୟ ଟିମ୍ ପ୍ରଥମେ ସୁନ୍ଦରଗଡ଼ ଓ ଏବେ ବରଗଡ଼ ପହଞ୍ଚି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରୁଛନ୍ତି ।

    ସ୍କ୍ରବ୍ ଟାଇଫସ ପଶ୍ଚିମ ଓଡ଼ିଶାରେ କାୟା ବିସ୍ତାର କରୁଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏହି ଟିମ୍ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ୟ୍ୟକ୍ରମ ରହିଛି । ତେବେ ବର୍ତ୍ତମାନ  ବରଗଡ଼ ଜିଲ୍ଲାରେ ଏହାର ସମୀକ୍ଷା କରିବା ପାଇଁ ଟିମ୍ ପହଞ୍ଚି  ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook