Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୃଥିବୀଠାରୁ ୯.୨ ଲକ୍ଷ ଦୂରରେ ପହଞ୍ଚିଲା ଆଦିତ୍ୟ- ଏଲ୍‌୧

    Share on :
    ajab-Image
    Date: Oct 1, 2023    Views: 3394

    ନୂଆଦିଲ୍ଲୀ: ଇସ୍ରୋ  ଭାରତର ସୂର୍ୟ୍ୟ ମିଶନ ବିଷୟରେ ବଡ ସୂଚନା ଦେଇଛି। ଇସ୍ରୋ ଟୁଇଟ କରି କହିଛି ଯେ, ଆଦିତ୍ୟ- ଏଲ୍‌୧ ମିଶନ ଅଧୀନରେ ପଠାଯାଇଥିବା ମହାକାଶଯାନ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସଫଳତାର ସହ ବାହାରି ୯.୨ ଲକ୍ଷ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଛି। ଆଦିତ୍ୟ- ଏଲ୍‌୧ ମହାକାଶଯାନ କ୍ରମାଗତ ଭାବରେ ଏହାର ନୂତନ ଘର ଲାଗ୍ରେଞ୍ଜ ପଏଣ୍ଟ ଆଡକୁ ଗତି କରୁଛି।

    ଆଦିତ୍ୟ- ଏଲ୍‌୧ ମିଶନ ବିଷୟରେ ସୂଚନା ଦେଇ ଇସ୍ରୋ କହିଛି ଯେ, ବର୍ତ୍ତମାନ ଏହି ଯାନ ସୂର୍ୟ୍ୟ-ପୃଥିବୀ ଲାଗ୍ରେଞ୍ଜ ପଏଣ୍ଟ ୧ (ଏଲ୍‌୧) ଆଡକୁ ଯାଉଛି। ଟୁଇଟରେ ଏହା ମଧ୍ୟ କୁହାଯାଇଛି, ଏହା କ୍ରମାଗତ ଦ୍ୱିତୀୟ ଥର, ଯେତେବେଳେ ଇସ୍ରୋ ପୃଥିବୀର ପ୍ରଭାବ କ୍ଷେତ୍ରରୁ ବାହରକୁ ମହାକାଶଯାନ ପଠାଇବାରେ ସକ୍ଷମ ହୋଇଛି। ମଙ୍ଗଳ ଅର୍ବିଟର ମିଶନ ସମୟରେ ଏହା ପ୍ରଥମ ଥର ପାଇଁ କରାଯାଇଥିଲା। ସେପ୍ଟେମ୍ବର ୨ ରେ ଆଦିତ୍ୟ- ଏଲ୍‌୧ ମହାକାଶଯାନ ଉତ୍‌କ୍ଷେପଣ କରାଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook